ଦେଶ ବିଦେଶ

ବ୍ରିଟେନକୁ ଭାରତର କଡ଼ା ବାର୍ତ୍ତା: ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରୁଛୁ

ନୂଆଦିଲ୍ଲୀ: ଲଣ୍ଡନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଖଲିସ୍ତାନୀ ଉଗ୍ରବାଦୀଙ୍କ ଆକ୍ରମଣ ଉଦ୍ୟମ ଘଟଣା ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାର ତଥା ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ଭାରତ ଦୃଢ଼ ନିନ୍ଦା କରିଛି। ଖଲିସ୍ତାନ ସମର୍ଥକମାନେ ଜୟଶଙ୍କରଙ୍କ ସଭାସ୍ଥଳ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ ଗାଡ଼ି ନିକଟକୁ ଯାଇ ଲଣ୍ଡନ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଭାରତୀୟ ଜାତୀୟ ପତାକାକୁ ଚିରି ଦେଇଥିଲେ। ଭାରତର କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜୟଶଙ୍କର ବର୍ତ୍ତମାନ ମାର୍ଚ୍ଚ ୪ରୁ ୯ ତାରିଖ ପର୍ଯ୍ୟନ୍ତ ବ୍ରିଟେନ ଓ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, ଭାରତ ଓ ବ୍ରିଟେନ ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗୀଦାରି ରହିଛି, ଯାହା ପ୍ରତିରକ୍ଷା, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ଏକାଧିକ କ୍ଷେତ୍ରରେ ଗଭୀର ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ଆମେ ବିଦେଶ ମନ୍ତ୍ରୀଙ୍କ ବ୍ରିଟେନ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନର ଫୁଟେଜ୍ ଦେଖିଛୁ। ବିଚ୍ଛିନ୍ନତାବାଦୀ ଓ ଉଗ୍ରବାଦୀଙ୍କ ଏହି କ୍ଷୁଦ୍ର ଗୋଷ୍ଠୀର ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ଆମେ ନିନ୍ଦା କରୁଛୁ। ଏଭଳି ତତ୍ତ୍ୱମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାରକୁ ଆମେ ନିନ୍ଦା କରୁଛୁ। ଆମେ ଆଶା କରୁଛୁ ଯେ ଏଭଳି କ୍ଷେତ୍ରରେ ବ୍ରିଟେନ ସରକାର ତାଙ୍କ କୂଟନୈତିକ ଦାୟିତ୍ୱକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button