ଦେଶ ବିଦେଶ

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ଗୋପାଳପୁର : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ ସମ୍ପର୍ଣ୍ଣ । ଗୋପାଳପୁର ଥାନା ଅନ୍ତର୍ଗତ ଡ଼ିଗିପୁର ଗାଁରେ ଆର୍ମି ଯବାନ (ହାବିଲଦାର)ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପର୍ଣ୍ଣ ହୋଇଛି। ମୃତ ଯବାନ ଜଣକ କେ. ସିଦ୍ଧାର୍ଥ ରାଓ ବୋଲି ଜଣାପଡ଼ିଛି। ମୃତ ଯବାନ ଜଣକ ନୂଆ ଦିଲ୍ଲୀ ଆର୍ମି ରେଜିମେଣ୍ଟରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ।

ତାଙ୍କୁ ପୁନେ ରେଜିମେଣ୍ଟକୁ ବଦଳି ହୋଇଥିବାରୁ ସେ ଚଳିତ ମାସ ୧ ତାରିଖ ଠାରୁ ଛୁଟିରେ ଘରକୁ ଆସିଥିଲେ। ଚଳିତ ମାସ ୨୯ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେବା ପାଇଁ ଯିବାର ଥିଲା। ସୋମବାର ମୃତ ସିଦ୍ଧାର୍ଥ ନିଜ ବୁଲେଟରେ ଡ଼ିଗିପୁରଠାରୁ ବ୍ରହ୍ମପୁର ଯାଉଥିବାବେଳେ ଲାଞ୍ଜିପଲ୍ଲୀ ସ୍ଥିତ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଆନ୍ଧ୍ରପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମୃତ ଯବାନଙ୍କ ଶବ ବ୍ୟବଛେଦ କରି ନିଜ ଗାଁ ଡ଼ିଗିପୁରକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା। ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button