କ୍ରୀଡା

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମକୁ ଫେରିଲେ ଯଶପ୍ରୀତ ବୁମରା – Utkal Mail


ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମକୁ ଫେରିଲେ କ୍ରିକେଟର ଯଶପ୍ରୀତ ବୁମରା। କିଛି ଦିନ ତଳେ ସେ ପତ୍ନୀଙ୍କ ପ୍ରସବ ଖବର ପାଇ ମୁମ୍ବାଇ ଫେରି ଆସିଥିଲେ। ବୁମରା ହଠାତ୍ ଏଭଳି ଭାରତ ଫେରିବା ପରେ ଦଳକୁ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଶୁକ୍ରବାର ବୁମରା ପୁଣି ଥରେ ଭାରତୀୟ କ୍ରିକେଟ କ୍ୟାମ୍ପକୁ ଫେରିଛନ୍ତି। ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ଥିବାରୁ ବୁମରା ସାମିଲ ହେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।

ପୂର୍ବରୁ ବର୍ଷା ପାଇଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୋଇଥିବା ବେଳେ ରବିବାର ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ବର୍ଷା ପାଇଁ ପୁଣି ଥରେ ଯେମିତି ମ୍ୟାଚ୍ ବାତିଲ ନହୋଇଯାଉ ସେଥିପାଇଁ ଚିନ୍ତାରେ କ୍ରିକେଟପ୍ରେମୀ। ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଥିଲା । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ପାକିସ୍ତାନ ଟିମ ବ୍ୟାଟିଂ କରିପାରିନଥିଲା । ଫଳରେ ଉଭୟ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା ।

ଯଶପ୍ରୀତ ବୁମରାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ୨୦୨୧ ମସିହା ମାର୍ଚ ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବୁମରା। ତାଙ୍କ ପତ୍ନୀ ସଞ୍ଜନା ଜଣେ ଟିଭି ଉପସ୍ଥାପିକା। ସେ ଜଣେ ମଡେଲ୍‌ ଭାବେ ନିଜ କ୍ୟାରିୟର୍‌ ଆରମ୍ଭ କରିଥି‌ଲେ। ସେ ଫେମିନା ମିସ୍‌ ଇଣ୍ଡିଆରେ ଫାଇନାଲିଷ୍ଟ୍‌ ମଧ୍ୟ ରହିଥିଲେ। ତେବେ ବିବାହର ୨ବର୍ଷ ପରେ ସଞ୍ଜନା ଓ ବୁମରା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପୁଅର ନାମ ବୁମରା, ଅଙ୍ଗଦ ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button