କ୍ରାଇମ

ଜଘନ୍ୟ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ଦୁର୍ବୃତ୍ତ

ଦେବଗଡ଼:  ଦେବଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ । ବୃଦ୍ଧଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ଦୁର୍ବୃତ୍ତ ।  ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ବଅଁରପାଳରେ ଏପରି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ସେହି ଗାଁର ଫକୀର ମୋହନ ଧରୁଆ । ବୃଦ୍ଧଙ୍କ ଗୋଡରେ କଟା ଦାଗ ରହିଛି ।  ତାଙ୍କ ବାମ ଆଖି ତାଡି ନେଇଛନ୍ତି ଦୁର୍ବୃତ୍ତ। କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡିନାହିଁ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ।  ବୁଧବାର ରାତିରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଆଜି ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button