ଦେଶ ବିଦେଶ

ସିଡିଏସ୍‌, ପ୍ରତିରକ୍ଷା ସଚିବ, ୩ ସେନା ମୁଖ୍ୟଙ୍କ ସହ ରାଜନାଥଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ସିଡିଏସ୍‌ ଅନୀଲ ଚୌହାନ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ‌ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ୍‌ ଦୀନେଶ ପାଠୀ, ବାୟୁସେନା ମୁଖ୍ୟ ଏୟାର ମାର୍ସାଲ୍‌ ଅମର ପ୍ରୀତ୍‌ ସିଂହ ଉପସ୍ଥିତ ଥିଲେ। ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା ସହ ପରବର୍ତ୍ତୀ ରଣନୀତି ସଂପର୍କରେ ଆଲୋଚନା ହୋଇଥିଲା। ଉଲ୍ଲେଖଯୋଗ୍ୟ, ଭାରତ-ପାକିସ୍ତାନ ଡିଜିଏମ୍‌ଓ ସ୍ତରୀୟ ଆଲୋଚନା ଗତକାଲି ଶେଷ ହୋଇଛି।

ଡିଜିଏମ୍‌ଓ ବୈଠକରେ କେହି କାହା ବିରୋଧରେ ଗୋଟିଏ ବି ଗୁଳି ଫୁଟାଇବେନି ଏବଂ ଆଗୁ୍ଆ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ସତ୍ତ୍ବେ ବି ପାକିସ୍ତାନ ଗତକାଲି ଜମ୍ମୁ କାଶ୍ମରର ସାମ୍ବା ଅଞ୍ଚଳରେ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା। ଗତକାଲି ପାକିସ୍ତାନ ପଠାଇଥିବା ପ୍ରା‌ୟ ୧୦ରୁ ୧୨ଟି ଡ୍ରୋନ୍‌କୁ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଇଣ୍ଟର‌ସେପ୍ଟ କରିଥିଲା। ଭାରତ-ପାକିସ୍ତାନ ଯୁଦ୍ଧବିରତି ହୋଇଥିଲେ ସୁଦ୍ଧା ଏବେ ବି ଉତ୍ତେଜନା ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button