ଓଡିଶା

ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ? ପଢନ୍ତୁ ଆଜିର ୧୦ + Anuchinta

୧. ଆପଣ ଯଦି କୌଣସି ବିଶେଷ କାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ ବୁଢ଼ିଆଣି ଜାଲ ବୁଣୁ ଥିବାର ଦେଖୁଛନ୍ତି ତେବେ ଆପଣ କାର୍ଯ୍ୟ ରେ ସଫଳ ହେବେ । ୨. ଘରୁ ବାହାରକୁ ଯିବା ସମୟରେ ଯଦି ଆପଣଙ୍କ ସାମ୍ନା କୁ ଗୋଟିଏ ପକ୍ଷୀ ଆସିଯାଏ ଏବଂ କିଛି ସମୟ ନିରବ ରେ ବସେ । ତେବେ ଏହାର ଅର୍ଥ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବ । ୩. ଯଦି କୌଣସି କାର୍ଯ୍ୟ ରେ ଆପଣ ବାହାରକୁ ଯାଉଛନ୍ତି ଏବଂ ବାଟରେ ଗାଈ କିମ୍ବା ନଡ଼ିଆ କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଂକେତ ଦେଇଥାଏ ।

୪. ଆପଣ ସକାଳ ସମୟରେ ଜଳଖିଆ ଖାଇବା ବେଳେ ଯଦି ଛିଙ୍କ ଆସିଥାଏ ତେବେ ଏହା କିଛି ଶୁଭ ଖବର ମିଳିବାର ସଂକେତ ଦେଇଥାଏ । ୫. ଯଦି ଆପଣ ଶୋଇବା ସମୟରେ ସ୍ୱପ୍ନ ରେ ସଫା ପାଣି ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ ।

୬. ଯଦି ଆପଣ ପିନ୍ଧା ବସ୍ତ୍ର କୁ ବଦଳିବା ସମୟରେ ଆପଣଙ୍କ ପକେଟ ରୁ ପଇସା ତଳେ ପଡ଼ିଯାଏ ତେବେ ଏହା ଧନ ଲାଭ ର ସଂକେତ ଦେଇଥାଏ ।

୭. ଠାକୁର ଙ୍କୁ ପୂଜା କରିବା ସମୟରେ ଯଦି ଠାକୁର ଙ୍କ ଉପରେ ଚଢ଼ା ଯାଇଥିବା ଫୁଲ ତଳେ ପଡ଼ିଥାଏ ତେବେ ଏହା ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବାର ସଂକେତ ଦେଇଥାଏ ।

୮. ଯଦି ଆପଣ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ କୌଣସି ନାରୀ ଙ୍କୁ ଲାଲ ଶାଢ଼ୀ ରେ ଦେଖୁଛନ୍ତି ତେବେ ଏହା ଉତ୍ତମ ଜୀବନ ସାଥି ମିଳିବାର ସଂକେତ ଦେଇଥାଏ ।

୯. ଯଦି ଆପଣ ରାସ୍ତା ରେ ଯାଉଥିବା ସମୟରେ ପଇସା ପାଆନ୍ତି ତେବେ ଏହା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାର ସଂକେତ ଦେଇଥାଏ ।

୧୦. ଯଦି ଆପଣ ଘରୁ କିଛି ଜରୁରୀ କାମ ରେ ବାହାରକୁ ଯାଉଥାନ୍ତି ଏବଂ ଆପଣଙ୍କୁ କୌଣସି ଜିନିଷ ଭୁଲି ଯିବାର ମନେ ପଡ଼ିଥାଏ ତେବେ ଏହା ଆପଣଙ୍କ ଜୀବନରୁ ଖରାପ ସମୟ ଟଳି ଯିବାର ସଂକେତ ଦେଇଥାଏ ।

୧୧. ରାସ୍ତା ରେ ଯିବା ସମୟରେ ଯଦି ଆପଣ ଫୁଲ ପଡ଼ି ଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସଂକେତ ଦେଇଥାଏ ।

୧୨. ସକାଳୁ ଉଠିବା ପରେ ଯଦି ଆପଣ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ଦେଖନ୍ତି ତେବେ ଏହା ଆପଣଙ୍କୁ କିଛି ଶୁଭ ସଂକେତ ଦେଇଥାଏ ।

୧୩. ଯଦି ଶରୀରର ଡାହାଣ ପଟ ଅଙ୍ଗ ରେ କମ୍ପନ ଦେଖା ଦେଇଥାଏ ତେବେ ଏହା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ଆସିବାର ସଂକେତ ଦେଇଥାଏ ।

୧୪. ଯଦି ମାଙ୍କଡ଼ ଫଳ ଖାଇ ଆପଣଙ୍କ ଛାତ ଉପରେ ପକାଇଥାଏ ତେବେ ଏହା ଶୁଭ ସମୟ ଆସିବାର ସଂକେତ ଦେଇଥାଏ ।

୧୫. ଯଦି ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚ ହଠାତ ବୃଦ୍ଧି ହୋଇଥାଏ ତେବେ ଏହା ଆପଣଙ୍କ ଶୁଭ ସମୟର ଆଗମନ ର ସଂକେତ ଦେଇଥାଏ ।

୧୬. ଯଦି ଆପଣଙ୍କ ଘର ପାଖରେ କୌଣସି କୋଇଲି ରାଵ ଦେଇଥାଏ ତେବେ ଆପଣ ଜାଣିବେ ଏହା ଆପଣଙ୍କ ଜୀବନ ରେ ସୁଖ ଓ ସୌଭାଗ୍ୟ ବୃଦ୍ଧି ର ସଂକେତ ଦେଇଥାଏ ।

୧୭. ଯଦି କୌଣସି ପକ୍ଷୀ କିଛି ଖାଦ୍ୟ ବା ଫଳ ଆଣି ଆପଣଙ୍କ ଘର ଛାତ ଉପରେ ପକାଇଥାଏ ତେବେ ଏହା ଧନ ପ୍ରାପ୍ତି ର ସଂକେତ ଦେଇଥାଏ ।

୧୮. ଯଦି ଆପଣ ସକାଳୁ ଉଠିବା ପରେ ନେଉଳ କୁ ଦେଖନ୍ତି ତେବେ ଏହା ଆପଣଙ୍କୁ ଧନ ପ୍ରାପ୍ତି ଏବଂ ଅଟକି ରହିଯାଇଥିବା ଧନ କୁ ଫେରି ପାଇବାର ସଂକେତ ପ୍ରଦାନ କରିଥାଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button