ଦେଶ ବିଦେଶ

ଘରେ ତିଆରି କରନ୍ତୁ ‘ପନିର ଚଟପଟି’

ବଶ୍ୟକ ସାମଗ୍ରୀ: ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ସସ୍, ଚିଲି ସସ୍, ଖାଇବା କଲର୍, ଗରମ ମସଲା ଗୁଣ୍ଡ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ। ତେଲ ଗରମ କରି ଏଗୁଡ଼ିକୁ ଲାଲ୍ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ।ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା ପକାଇ ହାଲକା ଭାଜନ୍ତୁ।

ଏଥିରେ ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ଟମାଟୋ ସସ୍ ଓ ଅଳ୍ପ ଚିଲି ସସ୍ ପକାଇ ଭଲ ଭାବେ କଷି ଦିଅନ୍ତୁ। ପରେ କଲର୍ ପାଉଡର ଅଳ୍ପ ପକାଇ ଦିଅନ୍ତୁ।

ମସଲା କଷି ହୋଇଗଲେ ଅଳ୍ପ ପାଣି ଦେଇ ଗରମ ମସଲା ଗୁଣ୍ଡ ପକାଇ ଭଜା ପନିରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମସଲା ଟିକେ ଶୁଖିଲା ହୋଇଗଲେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଏହାକୁ ଏକ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପନିର ଚଟପଟି’। ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button