କ୍ରାଇମ

ସୁନାରେ ନିବେଶ ନାଁରେ ୧୦୦ କୋଟିର ଠକେଇ: ଅଭିନେତା ପ୍ରକାଶ ରାଜଙ୍କୁ ଇଡିର ସମନ – Utkal Mail


ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଲରେ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ। ସୁନାରେ ନିବେଶ ନାଁରେ ୧୦୦ କୋଟିର ଠକେଇ ମାମଲରେ ପଚରାଉଚରା ପାଇଁ ଇଡି ପ୍ରକାଶ ରାଜଙ୍କୁ ସମନ ପଠାଇଛି। ତ୍ରିଚିସ୍ଥିତ ପ୍ରଣବ ଜୁଏଲର୍ସ ଏହି ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। ପ୍ରକାଶ ରାଜ୍ ବ୍ରାଣ୍ଡ ଆମ୍ବାସାଡର ଭାବରେ ଦୀର୍ଘ ସମୟ ଧରି ପ୍ରଣବ ଜୁଏଲର୍ସ ସହିତ ଜଡିତ ଥିଲେ। ତେଣୁ ତାଙ୍କୁ ପଚରାଉଚରା ପାଇଁ ଡକାଇଛି ପୁଲିସ। ସମନ ମିଳିବା ପରେ ଅଭିନେତା ଏହା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଅଭିଯୋଗ ହୋଇଛି ଯେ, ‘ଗୋଲ୍ଡ ଇନଭେଷ୍ଟମେଣ୍ଟ ସ୍କିମ୍’ ଆଧାରରେ ପ୍ରଣବ ଜୁଏଲର୍ସ ଲୋକଙ୍କଠାରୁ ୧୦୦କୋଟି ଟଙ୍କା ଠକି ନେଇଥିଲା। ଏହି ସ୍କିମରେ ବିନିଯୋଗ କରିଥିବା ନିବେଶକଙ୍କୁ ଲାଭ ମିଳିବା ତ ଦୂରର କଥା, ବିନିଯୋଗ କରିଥିବା ଟଙ୍କା ବି ଫେରସ୍ତ ମିଳିନଥିଲା। ଏଭଳି ଅଭିଯୋଗ ହେବା ପରେ ପ୍ରଣବ ଜୁଏଲର୍ସର ମାଲିକ ମଦନଙ୍କ ବିରୋଧରେ ମାମଲା ରୁଜୁ କରି ନଭେମ୍ବର ୨୦ରେ କମ୍ପାନିରେ ଇଡି ଚଢ଼ଉ କରିଥିଲା। ଚଢ଼ଉ ପରେ ବିଭିନ୍ନ ଦଲିଲ, ୨୩.୭୦ଲକ୍ଷ ଟଙ୍କା ଓ ୧୧.୬୦କେଜି ସୁନା ଅଳଙ୍କାର ଜବତ କରିଛି ଇଡି।

ପ୍ରକାଶ ରାଜ୍ ପ୍ରଣବ ଜୁଏଲର୍ସର ବିଜ୍ଞାପନ କରୁଥିବାରୁ ଅଧିକ ସୂଚନା ପାଇଁ ଇଡି ତାଙ୍କୁ ସମନ ପଠାଇଥିବା ଜଣାପଡ଼ିଛି। ତେବେ ପ୍ରକାଶଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ବାରିସୁ’ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ‘ୱାଲ୍ଟେୟାର ବୀରାୟା’, ‘ରଙ୍ଗମର୍ଥଣ୍ଡା’, ‘ଶକୁନ୍ତଲମ’ ଏବଂ ‘ପୋନିୟିନ ସେଲଭନ: ୨’ରେ ନଜର ଆସିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button