ଓଡିଶା

ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ, ଘରୁ ଜବତ ହେଲା ୨ କୋଟି ଟଙ୍କା

ଅନୁଗୁଳ: ଟଙ୍କା ଫିଙ୍ଗୁଥିଲେ, ଧରାପଡିଲେ । ମୁଖ୍ୟ ଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ନୋଟ୍ ଦେଖି ଜଳକା ଭିଜିଲାନ୍ସ ।  ମେସିନ୍ ସାହାଯ୍ୟରେ ଚାଲିଛି ଟଙ୍କା ଗଣା । ୨କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ । ଅନୁଗୁଳ କରଡାଗାଡ଼ିଆ ଠାରୁ ୧ କୋଟି ୪୦ ଲକ୍ଷ ଓ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ମିଳିଲା ୧ କୋଟି ଟଙ୍କା । ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଚଢାଉ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ ।  ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଅନୁଗୁଳ, ପିପିଲି ଓ ଭୁବନେଶ୍ବରରେ ଚାଲିଛି ରେଡ୍ ।  ଅନୁଗୁଳର ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।  ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।  ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ,ଲକେଇପସି, ମତିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି ।  ଆସନ୍ତାକାଲି ତାଙ୍କର ଚାକିରି କାର୍ଯ୍ୟକାଳ ସରିଥାନ୍ତା । ହେଲେ ଅବସର ପୂର୍ବରୁ ମାଡିବସିଛି ଭିଜିଲାନ୍ସ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button