ପବିତ୍ର Ganesh Chaturthiରେ କରନ୍ତୁ ନାହି ଏହି 6ଟି ଭୁଲ, ନଚେତ ହୋଇଯିବ ଅନର୍ଥ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଥିବ ଯେ କୌଣସି ଦେବୀ ଦେବତାଙ୍କ ପୂଜା କରିବା ଆରମ୍ଭ କରିବା ଆଗରୁ ସତର୍କତା ଅବଲମ୍ବନ କରାଯିବ ଏକାନ୍ତ ଆବଶ୍ୟକ ଅଟେ । ନିଷ୍ଠା, ଭକ୍ତି ଓ ଏକାଗ୍ରତା ସହକାରେ କରା ଯାଇଥିବା ପୂଜା ରୁ ନିଶ୍ଚୟ ସୁଫଳ ମିଳିଥାଏ । ଅଗ୍ର ପୂଜ୍ୟ ଭଗବାନ ଗଣେଶଙ୍କ ଉପାସନା ବେଳେ କେତେକ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦେବା ଉଚିତ । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ବୁଧବାର ଦିନ ପଡୁଛି ଗଣେଶ ଚତୁର୍ଥୀ । ଏହି ଦିନ ଏମିତି କିଛି ଭୁଲ କାମ କରିବା ଉଚିତ ହୋଇ ନ ଥାଏ । ତେବେ ଆସନ୍ତୁ ଜାଣିବା ଗଣେଶ ପୂଜା ଦିନ କେଉଁ ଭୁଲ କାମ କରିବା ଅନୁଚିତ ।

୧- ଗଣେଶ ଚତୁର୍ଥୀ ଦିନ ଗଣପତି ଙ୍କ ପୂଜାରେ ତୁଳସୀ ପତ୍ର ର ପ୍ରୟୋଗ କରିବା ଉଚିତ ନୁହେଁ । ଏପରିକି ଜାଣତରେ ହେଉ ବା ଅଜାଣତରେ ହେଉ ଭଗବାନ ଗଣେଶଙ୍କ ଥରେ କଦାପି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହି । ନଚେତ ଆପଣଙ୍କୁ ପାପ ଲାଗିପାରେ ।
୨- ଋଦ୍ଧି ସିଦ୍ଧି ଦାତା ପ୍ରଭୁ ଶ୍ରୀ ଗଣେଶଙ୍କୁ ଏହି ଦିନ ଘରେ ସ୍ଥାପନ କରାଯିବା ଶୁଭ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଦିନ ଭୁଲରେ ବି ଜନ୍ହ ଦେଖିବା କଥା ନୁହେଁ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ଗଣେଶ ପୂଜା ଦିନ ଚନ୍ଦ୍ରମା ଙ୍କୁ ଦର୍ଶନ କରନ୍ତି ତାଙ୍କ ଉପରେ ମିଥ୍ୟା ଉପରେ ଅଭିଯୋଗ ଲାଗିଥାଏ ।
୩- ଗଣେଶ ପୂଜା ଦିନ ମୂଳା ଖାଇବା ନିଷେଧ ହୋଇଥାଏ । ଯଦି ଆପଣ ମୂଳା ଖାଉଛନ୍ତି ଗଣେଶ ପୂଜା ଦିନ ତେବେ ଜୀବନରେ ଅନେକ ରୋଗ ଆକ୍ରାନ୍ତ ହେବାର ଆଶଙ୍କା ଦେଖା ଯାଇଥାଏ ।

୪- ଗଣେଶ ପୂଜା ଦିନ କାଳ ବା ନୀଳ ରଙ୍ଗ ବସ୍ତ୍ର ଧାରଣ କରିବା ଦ୍ଵାରା ଆପଣଙ୍କର ଗଣେଶ ପୂଜା ସଫଳ ହୋଇଥାଏ । ତେଣୁ ଏହି ପବିତ୍ର ଦିନରେ ଏହି ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ ।
୫- ଗଣେଶ ପୂଜା ଦିନ ଭଗବାନ ଗଣେଶ ଙ୍କୁ ପୁଷ୍ପାଞ୍ଜଳି ଦେବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । କାରଣ କେତେ ପ୍ରକାରର ଫୁଲ ପୂଜା ନିମିତ୍ତ ନିଷେଧ କାର ଯାଇଛି ଯାହାକୁ ପୁଷ୍ପାଞ୍ଜଳୀ ସମୟରେ ପ୍ରୟୋଗ କରିବା ଉଚିତ ନୁହେଁ । ଯଥା କୀଟ ଦ୍ଵାରା ଦଂଶିତ ହୋଇଥିବା ବାସୁ ଫୁଲ, ଗଛ ତଳେ ପଡିଥିବା ଫୁଲ, ଅଧା ଛିଣ୍ଡା ବା ଡେମ୍ଫ ନ ଥିବା ଫୁଲ ଯାହା ଶାସ୍ତ୍ରରେ ବର୍ଜିତ ରହିଛି ।

୬- ଭଗବାନ ଗଣେଶ ଙ୍କୁ ହଳଦିଆ ବା ନାଲି ରଙ୍ଗର ଫୁଲ ଅର୍ପଣ କରିଲେ ମଙ୍ଗଳ ହୋଇଥାଏ । ଗଣେଶ ପୂଜା ଦିନ ସ୍ଵାମୀ ସ୍ତ୍ରୀ ଉଭୟ ଭୁଲରେ ବି କଳହ କରନ୍ତୁ ନାହି । ନଚେତ ଆପଣଙ୍କୁ ଭଗବାନ ଗଣେଶଙ୍କର କୃପା ପ୍ରାପ୍ତ ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।



