ଦେଶ ବିଦେଶ

ତେଲେଙ୍ଗାନା ଟନେଲ୍‌ ଦୁର୍ଘଟଣା: ବିଶାଳ ଉଦ୍ଧାର ଅଭିଯାନରେ ୭୦୦ରୁ ଅଧିକ ସାମିଲ

ନାଗରକୁର୍ଣ୍ଣୁଲ: ନାଗରକୁର୍ଣ୍ଣୁଲସ୍ଥିତ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ୍‌ କେନାଲ୍‌ (ଏସ୍‌ଏଲ୍‌ବିସି) ଟନେଲ ଭିତରେ ଫସି ରହିଥିବା ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ରବିବାର ନବମ ଦିନରେ ପହଞ୍ଚିଥିବା ବେଳେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି। ଫେବ୍ରୁଆରି ୨୨ ତାରିଖରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଟିମ୍ ପ୍ରୟାସ ଜାରି ରଖିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩ଟି ବିଶେଷଜ୍ଞ ଟିମ୍‌ ମଧ୍ୟ ନିୟୋଜିତ ଅଛନ୍ତି। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ ୧୮ଟି ସଂଗଠନ, ୫୪ ଜଣ ଅଧିକାରୀ ଓ ୭୦୩ ଜଣ ନିୟୋଜିତ ଅଛନ୍ତି।

ଅଧିକାରୀଙ୍କ କହିବାନୁଯାୟୀ, ସୁଡ଼ଙ୍ଗ ଭିତରେ ଥିବା ଆବର୍ଜନା ଓ ପାଣି ହଟାଇବା ପ୍ରୟାସ  ତ୍ୱରାନ୍ୱିତ କରାଯାଇଛି।   ଭୁଶୁଡ଼ି ପଡ଼ିଥିବା କନ୍‌ଭେୟାର ବେଲ୍ଟ ସୋମବାର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏବଂ ଏହା ଦ୍ୱାରା ସୁଡ଼ଙ୍ଗ ଭିତରେ ଥିବା ମାଟି ହଟାଇବା ସହଜ ହେବ। ଚିହ୍ନଟ ହୋଇଥିବା ସ୍ଥାନରେ କର୍ମଚାରୀ ଓ ଉପକରଣ ସଂଖ୍ୟା ବୃଦ୍ଧି କରାଯାଉଛି। ଲଗାତାର  ମାଟି ହଟାଇବା ଓ ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button