ଦେଶ ବିଦେଶ

ବିବାହକୁ ‘ୟୁଜ୍ ଆଣ୍ଡ ଥ୍ରୋ’ କରି ସାରିଲେଣି ଯୁବପିଢି, ସେକ୍ସ ପରେ ସରିଯାଉଛି ସବୁକିଛି, ହାଇକୋର୍ଟ କହିଲେ, ଶାରୀରିକ ସମ୍ପର୍କ ପରେ…

ବର୍ତ୍ତମାନ ସମୟରେ ବିବାହ କରିବା ପରେ ଦମ୍ପତ୍ତିଙ୍କ ମଧ୍ୟରେ ‘Use and throw’ ମାନସିକତା ବଢ଼ିବାରେ ଲାଗିଛି। ନିଜ କାମ ସରିଗଲା ପରେ ଲୋକେ ବିବାହ ବନ୍ଧନରେ ବାନ୍ଧିହୋଇ ରହିବାକୁ ପସନ୍ଦ କରୁନାହାଁନ୍ତି। ଯାହାଫଳରେ ଯୁବପିଢ଼ି ବିବାହ କରିବା ବଦଳରେ ‘ଲିଭ୍ ଇଂ ରିଲେସନ୍’ ରେ ରହିବାକୁ ପସନ୍ଦ କରୁଛନ୍ତି। ଏପରି କଥା ଆମ୍ଭେ କହୁନାହୁଁ ବରଂ ଏକ ମାମଲାର ଶୁଣାଣି କରିବାକୁ ଯାଇ କେରଳ ହାଇକୋର୍ଟ ଏଭଳି କହିଛନ୍ତି।

Divorce

ଆଜ୍ଞା ହଁ, ବିଗତ କିଛି ଦିନ ତଳେ ଏକ ଛାଡପତ୍ର ମାମଲାର ଶୁଣାଣି କରିବାକୁ ଯାଇ କେରଳ ହାଇକୋର୍ଟ ଏଭଳି କଥା କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିବାହ କରିବା ପରେ ଲୋକେ ନିଜ ପାର୍ଟନର୍ ସହିତ ଅଧିକ ଦିନ ରହିପାରୁନାହାଁନ୍ତି। ଲୋକେ ଜୀବନକୁ ଉପଭୋଗ କରିବାକୁ ଯାଇ ବିବାହ ଠାରୁ ଦୂରେଇ ରହିବାକୁ ମନ ବଳାଉଛନ୍ତି। ଏପରିକି ଏଥିପାଇଁ ଯୁବପିଢ଼ି ମଧ୍ୟ ବିବାହ କରିବାକୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି।

High court

ବିବାହିତ ଦମ୍ପତ୍ତିଙ୍କ ‘Use and throw’ ମାନସିକତା ପାଇଁ ଯୁବପିଢ଼ି ବିବାହ ବନ୍ଧନରେ ବାନ୍ଧିହେବାକୁ ଚାହୁଁନାହାଁନ୍ତି। ଏହା ବ୍ୟତୀତ ମୁକ୍ତ ଭାବରେ ବଞ୍ଚିବା ପାଇଁ ସେମାନେ ‘ଲିଭ୍ ଇନ୍’ ରେ ରହିବାକୁ ପସନ୍ଦ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳର ଏକ ଦମ୍ପତି ନିଜ ବିବାହ ବିଚ୍ଛେଦକୁ ନେଇ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସେମାନଙ୍କର ୩ଟି ସନ୍ତାନ ରହିଥିବା ବେଳେ ମହିଳା ଜଣକ ନିଜ ସ୍ୱାମୀଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ। ଏପରିକି ବ୍ୟକ୍ତି ଜଣକ ମଧ୍ୟ ନିଜ ସ୍ତ୍ରୀ ଉପରେ ଏପରି ପାଲଟା ଅଭିଯୋଗ ଆଣିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button