ଦେଶ ବିଦେଶ

ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ମନେ ପକାଉଛି ସାରା ଦେଶ, ବାଲୁକା କଳାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ : ଲତା ଦିଦି । ଦେଶରେ ଛୋଟରୁ ବଡ ସମସ୍ତେ ଏହି ନାମକୁ ଜାଣିଥିବେ । ତାଙ୍କ ଗୀତ ଶୁଣିଲେ କେହି ମଧ୍ୟ କହି ଦେବ ତାଙ୍କ ନାଁ । ବୋଧହୁଏ ଏମିତି କିଏ ନଥିବେ ଯିଏ ଲତା ମଙ୍ଗେସକରଙ୍କ ଗୀତ ଶୁଣି ନଥିବେ । ସେ ଆଜି ନାହାନ୍ତି ସତ ହେଲେ ନିଜର ସ୍ବର ଯାଦୁରେ ସେ ସମସ୍ତଙ୍କ ହୃଦୟରେ ଆଜି ମଧ୍ୟ ରାଜ କରୁଛନ୍ତି । ଆଜି ସେହି କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ।

ଆଜିର ଦିନରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଲତା ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରୀ ବେଳାଭୂମିରେ ସ୍ବର ସାମ୍ରାଜ୍ଞୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ‘ମେରି ଆବାଜ ହି ମେରି ପେହଚାନ’ ଉକ୍ତିଟି ବାଲୁକା ଚିତ୍ରକଳାରେ ଲେଖିଛନ୍ତି ଶିଳ୍ପୀ ସୁଦର୍ଶନ ।

୫ ବର୍ଷ ବୟସରୁ ଗୀତ ଗାଇଥିବା ଲତା କଳାଧଳା ଯୁଗର ଗୀତ ହେଉ କିମ୍ବା ରଙ୍ଗୀନ ଯୁଗର ଗୀତ, ସବୁଥିରେ ନିଜ କଣ୍ଠକୁ ବେଶ୍ ସୁନ୍ଦର ଭାବେ ଢାଳି ପାରିଛନ୍ତି । ନିଜର ୮ ଦଶନ୍ଧିର କ୍ୟାରିୟରରେ ସେ ୩୬ଟି ଭାଷାରେ ୫୦ ହଜାରରୁ ଅଧିକା ଗୀତ ଗାଇଛନ୍ତି । ଅନେକ ଅଭିନେତା, ଅଭିନେତ୍ରୀମାନଙ୍କ ପାଇଁ ଗୀତ ଗାଇ ସେ ଚର୍ଚ୍ଚା ସାଉଁଟିଛନ୍ତି । ତେବେ ଲତା ଦିଦିଙ୍କୁ ଯେତେବେଳେ ୩୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ କେହି ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲା ବୋଲି ସୁର ସାମ୍ରାଜ୍ଞୀ ଏକ ସାକ୍ଷାତକାରରେ କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button