ନୀତି

ତୁଳସୀ ପାଣିକୁ ଘରେ ଛିଞ୍ଚିଲେ ଦୂରେଇ ଯାଏ ନକାରାତ୍ମକ ଶକ୍ତି, ଖୁସି ହୁଅନ୍ତି ଭଗବାନ ଶ୍ରୀକୃଷ୍ଣ – Utkal Mail


ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପୂଜନୀୟ ଗଛ ବୋଲି ବିବେଚନା କରାଯାଏ। ବିଶ୍ବାସ କରାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ରହିଛି, ସେଠାରେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ। କେବଳ ଲକ୍ଷ୍ମୀ ନୁହଁ, ଭଗବାନ ବିଷ୍ଣୁ ବି ତୁଳସୀରେ ଥାଆନ୍ତି ବୋଲି ବିଶ୍ବାସ ରହିଛି।

କୁହାଯାଏ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ସକାରାତ୍ମକ ଭାବ ବଢ଼ିଥାଏ। ଗାଧୋଇ ସାରି ତୁଳସୀ ଗଛରେ ପାଣି ଦେବାକୁ ଖୁବ୍ ଶୁଭ ବନାଯାଏ। ଆପଣ ପ୍ରତିଦିନ ଗାଧୋଇ ସାରିବା ପରେ ତୁଳସୀ ମାଆଙ୍କୁ ମୁଣ୍ଡିଆ ମାରି ସେଥିରେ ଜଳ ଦେବା ଦ୍ବାରା ଘର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ଯେତେ ଶୁଭ ତୁଳସୀ ପତ୍ର ହୋଇଥାଏ, ସେତିକି ଶୁଭ ତୁଳସୀ ଜଳ ବି ହୋଇଥାଏ। ଆପଣ ରାତିରେ ଏକ ଢାଳରେ ପାଣି ରଖି ସେଥିରେ କିଛି ତୁଳସୀ ପତ୍ର ପକାଇ ରଖନ୍ତୁ। ସେହି ପଣିକୁ ସକାଳୁ ଘର ଝାଡୁ କରିବା ପରେ ପୂରା ଘରେ ଛିଞ୍ଚନ୍ତୁ। ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଘରେ ପଡ଼ିବ ବୋଲି ବିଶ୍ବାସ କରାଯାଏ।

ତୁଳସୀ ପାଣିରେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନାନ କରାଇବା ଖୁବ୍‌ ଭଲ ହୋଇଥାଏ। ଆପଣ ଜାଣନ୍ତି ଯେ କୃଷ୍ଣଙ୍କର ତୁଳସୀ ଭାରି ପ୍ରିୟ। ଆପଣ ଯଦି ଘରେ କିଛି କୃଷ୍ଣଙ୍କ ମୂର୍ତ୍ତି ରଖିଛନ୍ତି ତ ତୁଳସୀ ପାଣିରେ ସେହି ମୂର୍ତ୍ତିକୁ ଧୋଇଦିଅନ୍ତୁ। ତୁଳସୀପାଣି ସର୍ବଦା ତମ୍ବା ପାତ୍ରରେ ରହିବା ଆବଶ୍ୟକ। ତାହାକୁ ସବୁବେଳେ ପୂଜା ଘରେ ହିଁ ରଖନ୍ତୁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button