କ୍ରାଇମ

ମୋହନା : ଚାଲାଣ ପାଇଁ ରଖା ଯାଇଥିବା ୭୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି ଜ଼ିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ାଉ କାରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଗଲା କିନ୍ତୁ ଏବେ ଯାଏ ମାଫିଆ ସକ୍ରିୟ ଅଛନ୍ତି ଏବଂ ବେଧଡକ ଜ଼ାରି ରହିଛି ନୀଳ ଜହର ଚୋରା ଚାଲାଣ ।
ଆଜି ପୁଣି ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଆଜି ସକାଳେ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଜପତି-ଗଞ୍ଜାମ ସୀମାନ୍ତ ଢେପାଗୁଡା ପଞ୍ଚାୟତ ଅନ୍ତର୍ଗତ ଗୋଠକେଳି-ଅନ୍ଧାରୀଗୁଡା ରାସ୍ତାରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ତିନି ବସ୍ତା ଗଞ୍ଜେଇକୁ ଜବତ କରିଛି । ଏହି ତିନିଟି ବସ୍ତାରୁ ୭୭ କେଜି ଗଞ୍ଜେଇ ଥିବା ପୋଲିସ୍‌ ସୂଚନା ଦେଇଛି । ଏହାସହ ଗଞ୍ଜେଇ ମାଫିଆ ଅନ୍ଧାରୀଗୁଡା ଗାଁର ଲମ୍ବୋଦର ଶବରକୁ ଗିରଫ କରିଛି l ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି l ଏହାକୁ ବ୍ରହ୍ମପୁର ଚାଲାଣ ପାଇଁ ରଖା ଯାଇଥିଲା ବୋଲି ପୋଲିସ୍‌ କହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button