ମନୋରଞ୍ଜନ

ସନ୍ନିଙ୍କ ପରେ କ୍ଷେତ ଜଗୁଆଳି ସାଜିଛନ୍ତି କାଜଲ ଅଗ୍ରୱାଲ !

ସନ୍ନି ଲିଓନିଙ୍କ ପରେ ଏବେ ଫସଲକୁ ଜଗୁଛନ୍ତି କାଜଲ ଅଗ୍ରୱାଲ୍। ତେଲେଙ୍ଗାନା ସାଙ୍ଗରେଡ଼ି ଜିଲ୍ଲାର ଗୋଲାପଲ୍ଲୀ ଗ୍ରାମରେ ଚାଷ ଜମିରେ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫଟୋ ଲଗାଯାଇଥିବାର ଦେଖିବାକୁ ମିଳିଛି। ୩୦ ବର୍ଷିୟ ଚାଷୀ ଅନବର ନିଜର ୨ ଏକର ଚାଷ ଜମିକୁ ଖରାପ ନଜରରୁ ରକ୍ଷା କରିବା ପାଇଁ ଅଭିନେତ୍ରୀଙ୍କ ପୋଷ୍ଟର ଲଗାଇଛନ୍ତି। ତେବେ ଅନବରଙ୍କ ଏହି ପ୍ରୟାସର ମଜା ଉଠାଉଛନ୍ତି ସ୍ଥାନୀୟ ବାସିନ୍ଦା ।

ଅନବରଙ୍କ କହିବା ଅନୁଯାୟୀ , ବହୁ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଙ୍କ ଫସଲ ଶୁଖି ଯାଉଥିଲା। ଯାହା ଫଳରେ ତାଙ୍କୁ ବହୁ କ୍ଷତିର ସାମ୍ନା କରିବାକୁ ପଡ଼ୁଥିଲା। ଏଣୁ ସେ କିଛି ଦିନ ପୁର୍ବେ ତାଙ୍କ ଚାଷ ଜମିରେ ସାଉଥ୍ ସୁପରଷ୍ଟାର କାଜଲ ଅଗ୍ରୱାଲଙ୍କ ପୋଷ୍ଟର ଲଗାଇଥିଲେ। ଯାହା ପରେ ତାଙ୍କ ଫସଲ ଭଲ ହୋଇଥିଲା। ଜମିରେ ପୋଷ୍ଟର ଲଗାଇବା ଆଇଡ଼ିଆଟି ଅନବରଙ୍କ ପିତାଙ୍କର ଥିଲା। ସେ ଜାଣିଥିଲେ କି ଅନବର କାଜଲଙ୍କର ବହୁତ ବଡ଼ ପ୍ରଶଂସକ। ଏଣୁ ସେ ତାଙ୍କୁ କାଜଲଙ୍କ ଫଟୋ ଫସଲ ମଝିରେ ଲଗାବାକୁ କହିଥିଲେ।

ମୋ ଜମିଟି ରାସ୍ତା କଡ଼ରେ ରହିଛି। ଏଥିପାଇଁ ଏହି ବାଟ ଦେଇ ଯାଉଥିବା ଲୋକଙ୍କ ନଜରରେ ଏହା ପ୍ରାୟ ଆସିଥାଏ। ଲୋକଙ୍କ ଖରାପ ନଜର ପାଇଁ ମୋ ଫସଲ ପ୍ରାୟତଃ ଶୁଖି ଯାଉଥିଲା। କିନ୍ତୁ କାଜଲଙ୍କ ପୋଷ୍ଟର ଲଗାଇବା ପରେ ଚାଷ ଭଲ ହେବା ସହ ତାଙ୍କର ଲାଭ ହେଇଛି। କାଜଲଙ୍କ ପୋଷ୍ଟର ଲାଗିବା ପରେ ରାସ୍ତାରେ ଯାଉଥିବା ଲୋକ ମୋ ଫସଲକୁ ଛାଡ଼ି ପୋଷ୍ଟକୁ ଦେଖୁଛନ୍ତି , ବୋଲି କହିଥିଲେ ଅନବର।

କାଜଲଙ୍କ ପୂର୍ବରୁ ସନ୍ନି ଲିଓନିଙ୍କ ପୋଷ୍ଟର ମଧ୍ୟ ଫସଲ ଜଗି ସାରିଲାଣି। ଆନ୍ଧ୍ରପ୍ରଦେଶ ନେଲ୍ଲୁର ଜିଲ୍ଲାରେ ଚଞ୍ଚୁ ରେଡ଼ି ନାମକ ଜଣେ ଶ୍ରମିକ ତାଙ୍କ ଫସଲକୁ ଖରାପ ନଜରରୁ ରକ୍ଷା କରିବା ପାଇଁ ଚାଷ ଜମିରେ ସନ୍ନି ଲିଓନିଙ୍କ ପୋଷ୍ଟର ଲଗାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button