ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

ଶରୀରର ସୁସ୍ଥତା ବ୍ୟକ୍ତିର ଖାଦ୍ୟ ଓ ଦୈନଦିନ ଜୀବନର ବ୍ୟୟାମ ଓ ମାତା ପିତାଙ୍କ ଙ୍କ ଜିନ ଉପରେ ସାଧାରଣତଃ ନିର୍ଭର କାରିଥାଏ । ତଥାପି ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଯାହା ଫଳରେ କି ଶରୀର ସୁସ୍ଥ ରହିପାରିବେ ।
ଅନେକ ଅଛନ୍ତି ଯେଉଁମାନେ ଶରୀର ପ୍ରତି ହେୟ ଜ୍ଞାନ କରିଦିଅନ୍ତି । ଆଉ ସବୁଠୁ ବଡ କଥା ହେଉଛି ଏଥିପାଇଁ ସେମାନଙ୍କ ଓଜନ ମଧ୍ୟ ବଢିଥାଏ । ଖାଦ୍ୟପେୟରେ ଅନିୟମିତତା ତଥା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବୟସ ଅନୁସାରେ ଓଜନ ଭିନ୍ନ ରହିଥାଏ । ଯେଉଁଥି ପାଇଁ କି ବିଭିନ୍ନ ପ୍ରକାରର ରୋଗ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।
ତେବେ ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ? ଏଥି ନେଇ କଣ କୁହନ୍ତି ବିଶେଷଜ୍ଞ? ଆସନ୍ତୁ ଜାଣନ୍ତୁ ଜାଣିବା…
ବିଶେଷଜ୍ଞଙ୍କ ମତରେ ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩ କିଲୋଗ୍ରାମ ଓ କନ୍ୟାର ଓଜନ ୩.୨ କିଲୋଗ୍ରାମ ରହିବା ଉଚିତ୍।
୩ରୁ ୫ ମାସର ପୁଅର ଓଜନ ୬ କେଜି ଓ ଝିଅର ଓଜନ ୫.୪ କେଜି ହେବା ଉଚିତ।
ବର୍ଷକ ଯାଏଁ ପୁଅର ଓଜନ ସର୍ବାଧିକ ୧୦.୨ କିଲୋ ଓ ଝିଅର ୯.୫ କିଲୋ ହେବା ଉଚିତ।
୨ ବର୍ଷ ବେଳକୁ ପୁଅର ଓଜନ ସର୍ବାଧିକ ୧୨.୩ କେଜି ଓ ଝିଅର ଓଜନ ୧୧.୮ କିଲୋ ହେବା ଉଚିତ।
୭ ରୁ ୮ ବର୍ଷର ପୁଅର ଓଜନ ୨୨ କିଲୋ ଓ ଝିଅର ଓଜନ ୨୫ କିଲୋ ହେବା ଉଚିତ।
୯ ରୁ ୧୧ ବର୍ଷ ପିଲାର ପୁଅର ୩୧.୪ କିଲୋ ଓ ଝିଅର ୩୨.୨ କିଲୋ ଓଜନ ହେବା ଉଚିତ୍।
୧୨ରୁ ୧୪ ବର୍ଷ ପୁଅର ଓଜନ ୪୭ କିଲୋ ଓ ଝିଅର ୪୮ କିଲୋ ହେବା ଉଚିତ।
୧୫ ରୁ ୧୮ ବର୍ଷ ବୟସର ପୁଅ ଓ ଝିଅ ଉଭୟଙ୍କ ଓଜନ ୬୦ କିଲୋ ରହିବା ଉଚିତ।
୧୯ରୁ ୨୯ ବର୍ଷ ମଧ୍ୟରେ ପୁଅର ଓଜନ ୬୫ କିଲୋ ଓ ଝିଅର ଓଜନ ୬୦ କିଲୋ ହେବା ଉଚିତ।
୩୦ ରୁ ୩୯ ବର୍ଷରେ ପୁରୁଷମାନଙ୍କ ଓଜନ ୭୦ କିଲୋ ଓ ମହିଳାଙ୍କ ଓଜନ ୭୬.୭ କିଲୋ ହେବା ଉଚିତ।
୪୦ ରୁ ୪୯ ବର୍ଷ ରେ ପୁରୁଷଙ୍କ ଓଜନ ୭୨ କିଲୋ ଓ ମହିଳାଙ୍କ ଓଜନ ୭୬.୨ କିଲୋ ହେବା ଉଚିତ।
୫୦ ରୁ ୬୦ ବର୍ଷର ପୁରୁଷଙ୍କ ଓଜନ ୬୫ କିଲୋ ଓ ମହିଳାଙ୍କର ଓଜନ ୭୭ କିଲୋ ହେବା ଉଚିତ।