ମନୋରଞ୍ଜନ

ସାମ୍ନାକୁ ଆସିଲେ ଆଉ ଜଣେ ସୋନୁ ସୁଦ, ଦାମୀ ଗାଡି ବିକି ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ

ଆମ ଦେଶରେ ବଢୁଥିବା କରୋନା ମହାମାରୀକୁ ରୋକିବା ପାଇଁ ଅନେକ ପ୍ରୟାସ ଜାରି ରହିଥିଲେ ମଧ୍ୟ ଏହାର କୌଣସି ସଠିକ ପ୍ରତିକାର ହେଇପାରୁ ନାହି । ପୁରା ବିଶ୍ବରେ କରୋନା ଏକ ମାରାତ୍ମକ ରୋଗ ଭାବେ ମାତିବାରେ ଲାଗିଛି । ଯାହା ଫଳରେ ପୁରା ଦେଶବାସୀଙ୍କ ମନରେ ଭୟର ଆତଙ୍କ ଦେଖା ଯାଇଛି । ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ଯୁବକ ପିଢୀର ଲୋକ ମାନଙ୍କୁ କରୋନା ସଂକ୍ରମଣ ହେବାରେ ଲାଗିଛି ।

ଚୀନରୁ ଆସିଥିବା ଏହି ଖତରନାକ କରୋନା ଭାଇରସ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଏହାକୁ ରୋକିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ବିପଦ ସମୟରେ ଜଣେ ଦେବଦୂତ ଭାବେ କରୋନାକୁ ରୋକିବା ପାଇଁ ଅନ୍ୟକୁ ସାହାଜ୍ଯ କରୁଛନ୍ତି । ମୁମ୍ବାଇରେ ଯେପରି ଭାବେ କରୋନା ଭାଇରସ ବଢିବାରେ ଲାଗିଛି ତାକୁ ନିୟନ୍ତ୍ରଣ କରିବା ସାଧାରଣ ମଣିଷ ବା ଡାକ୍ତର ମାନଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେ ।

ଯେଉଁ ସମୟରେ ମୁମ୍ବାଇରେ ଅମ୍ଳଜାନ ପାଇଁ ଲୋକ ମାନେ ନିଜର ପ୍ରାଣ ହରାଉଥିଲେ ସେହି ସମୟରେ ମୁମ୍ବାଇର ଜଣେ ବାସିନ୍ଦା ନିଜର ଦାମୀ ଗାଡି ବିକ୍ରି କରି ଲୋକ ମାନଙ୍କ ଜୀବନ ବଞ୍ଚେଇବା ପାଇଁ ଅକ୍ସିଜେନର ବନ୍ଦୋବସ୍ତ କରିଥିଲେ । ସେହି ମହାନ ବ୍ୟକ୍ତିଙ୍କର ନାମ ଶାହାନବାଜ ଶେଠ ଅଟେ । ସାହା ନୱାଜ ଓ ତାଙ୍କ ସାଥିମାନେ ସଂପୂର୍ଣ୍ଣ ମାଗଣାରେ ପୁରା ମୁମ୍ବାଇ ବାସୀଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ।

ସେ ନିଜର ୨୨ ଲକ୍ଷ ଟଙ୍କାର କାର ବିକ୍ରି କରି ସେହି ପଇସାରେ ମୁମ୍ବାଇରେ କରୋନାରେ ଆଙ୍କ୍ରାନ୍ତ ହେଇଥିବା ଲୋକ ମାନକୁ ଅକ୍ସିଜେନ ଯୋଗାଉଛନ୍ତି । ଗତ ବର୍ଷ ତାଙ୍କ ସାଙ୍ଗଙ୍କର ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ସେ ତାଙ୍କ ନିଜ ଆଖି ଆଗରେ ଦେଖିଥିଲେ । ଏହା ପରେ ଆଉ ଯେମିତି ଅନ୍ୟ କେହି ଅକ୍ସିଜେନ ବିନା ପ୍ରାଣ ନ ହରାନ୍ତି ସେଥି ପାଇଁ ସେ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ତାଙ୍କ ପାଖରେ ୩୦୦ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ରହିଛି ଯାହା ସେ ଦରକାରୀ ଲୋକ ମାନଙ୍କୁ ଦେଉଛନ୍ତି । ଏହି ଭଳି ଭାବେ ସେ ଓ ତାଙ୍କ ଟିମ ପୀଡିତ ଲୋକ ମାନଙ୍କୁ ଅକ୍ସିଜେନ ଯୋଗାଇ ଦେବାରେ ସଫଳ ହେଇଛନ୍ତି । ସେଥି ପାଇଁ ତାଙ୍କୁ ମୁମ୍ବାଇର ଅକ୍ସିଜେନ ମ୍ୟାନ ଭାବେ ଗଣନା କରା ଯାଉଛି । ସେ କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ଭଗବାନଙ୍କ ଭଳି ସାହାଜ୍ଯ କରୁଛନ୍ତି । ପୁରା ମୁମ୍ବାଇ ଦେଶ ବାସୀଙ୍କ ପାଇଁ ସେ ଦେବ ଦୁତ ଭାବେ କାମ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button