ମନୋରଞ୍ଜନ

ବହୁତ ସୁନ୍ଦର ଅଟନ୍ତି Sunny Deol ଙ୍କ 5 ଜଣ ଗର୍ଲଫ୍ରେଣ୍ଡ, କେହି କାହାଠୁ ନୁହଁନ୍ତି କମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ସନି ଦେଓଲ’ ଙ୍କ ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ସନି ଦେଓଲ ଙ୍କୁ ଜାଣିଥିବେ। ତାଙ୍କୁ କିଏ ବା ନ ଜାଣିଛି । ନିଜର ଅଭିନୟ ଏବଂ ଡାଇଲଗ ଦ୍ଵାରା ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସନି ଦେଓଲ ତଥା ଅଜୟ ସିଂ ଦେଓଲ ଙ୍କ ଜନ୍ମ ୧୯୫୬ ମସିହାରେ ହୋଇଥିଲା ।ସମସ୍ତେ ତାଙ୍କୁ ସନି ଦେଓଲ ନାଁ ରେ ଜାଣିଛନ୍ତି । ସେ ଜଣେ ଭାରତୀୟ ଫିଲ୍ମ ଅଭିନେତା, ନିର୍ଦେଶକ ଏବଂ ରାଜନେତା ମଧ୍ୟ ଅଟନ୍ତି । ସନି ପଞ୍ଜାବୀ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ସେ ପଞ୍ଜାବ ର ଗୁରୁଦାସପୁର ର ଲୋକସଂସଦ ର ସଦସ୍ୟ ଅଟନ୍ତି । ନିଜର ୩୫ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଦେଇଛନ୍ତି । ଏହି ୩୫ ବର୍ଷ ର କ୍ୟାରିଅର ରେ ସେ ୧୦୦ଟି ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ୨ଟି ରାଷ୍ଟ୍ରୀୟ ପୁରସ୍କାର ଏବଂ ୨ଟି ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ କରିଛନ୍ତି । ସନି ନିଜର ଅଭିନୟ ସହ ନିଜର ବ୍ୟକ୍ତିଗତ ଜୀବନ ଏବଂ କିଛି ଅଭିନେତ୍ରୀ ଙ୍କ ସହ ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚା ରେ ଆସିଥିଲେ । ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିବୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ । ଆସନ୍ତୁ ଜାଣିବା।

୧. ସନି ଦେଓଲ ଅଭିନେତ୍ରୀ ‘ଅମୃତା ସିଂ’ ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ସେମାନଙ୍କ ଫିଲ୍ମ ‘ବେତାବ’ ସୁପରହିଟ ହୋଇଥିଲା । ନିଜର ପ୍ରଥମ ଫିଲ୍ମ ରେ ହିଁ ଏହି ୨ଜଣ ପରସ୍ପର କୁ ଭଲ ପାଇ ଯାଇଥିଲେ ।କିନ୍ତୁ ଅମୃତା ଙ୍କ ଘରେ ଏହି ପ୍ରସ୍ତାବ ସ୍ୱୀକାର ନଥିଲା ଏବଂ ସନି ପୁର୍ବ ରୁ ବିବାହିତ ଥିଲେ ତେଣୁ ଅମୃତା ନିଜ ପ୍ରେମ ସମ୍ପର୍କ କୁ ଭାଙ୍ଗି ଦେଇଥିଲେ ।

୨. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ଡ଼ିମ୍ପଲ କପାଡ଼ିଆ’ ନିଜ ବିବାହିତ ଜୀବନ ରୁ ବିରକ୍ତ ହୋଇ ରାଜେଶ ଖନ୍ନା ଙ୍କ ଠାରୁ ଅଲଗା ରହୁଥିଲେ । ପରେ ସେ ସନି ଦେଓଲ ଙ୍କ ସହ ପ୍ରେମ ସମ୍ପର୍କରେ ଆସିଥିଲେ । ସେ ଚାହୁଁଥିଲେ ସନି ନିଜ ସ୍ତ୍ରୀ ଙ୍କୁ ଛାଡ଼ପତ୍ର ଦିଅନ୍ତୁ । କିନ୍ତୁ ସନି ଏପରି କରି ନଥିଲେ । ତେଣୁ ଏମାନଙ୍କ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା ।

୩.ପ୍ରସିଦ୍ଧ ଅଭିନେତ୍ରୀ ‘ମିନାକ୍ଷୀ’ ଙ୍କ ସହ ମଧ୍ୟ ସନି ଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ଶୁଣିବା କୁ ମିଳେ । ଫିଲ୍ମ ‘ଦାମିନି’ ରେ ହିଁ ଏହି ଯୋଡି ଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଜରିଆରେ ପରସ୍ପରଙ୍କ ଯୋଡି କୁ ସମସ୍ତେ ପସନ୍ଦ କରିଥିଲେ । କିନ୍ତୁ ପରେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

୪. ବଲିଉଡ ଇଣ୍ଡଷ୍ଟ୍ରୀ ର ନାମୀ ଅଭିନେତ୍ରୀ ‘ରବିନା ଟଣ୍ଡନ’ ଙ୍କ ସହ ମଧ୍ୟ ସନି ଙ୍କ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ସେ ବିବାହିତା ଜାଣିଲା ପରେ ରବିନା ଏହି ସଂପର୍କ କୁ ଭାଙ୍ଗି ଦେଇଥିଲେ ।

୫. ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ,ସନି ସର୍ବଦା ନିଜର ବ୍ୟକ୍ତିଗତ ଜୀବନ କୁ ବଲିଉଡ ଜଗତ ଠାରୁ ଦୂରରେ ରଖନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବା କୁ ଯାଉଛୁ ତାଙ୍କ ପତ୍ନୀ ପୂଜା ଦେଓଲ ଙ୍କ ବିଷୟରେ । ପୂଜା ସବୁବେଳେ ନିଜକୁ ଫିଲ୍ମ ଦୁନିଆ ରୁ ଦୁରେଇକି ରଖନ୍ତି । ସନି ଏବଂ ପୂଜା ବିଦେଶ ରେ ବିବାହ କରିଥିଲେ। ଏହି ଯୋଡି ନିଜ ଵିଵାହ ସଂପର୍କ କୁ ୧ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ । ପରେ ଏମାନଙ୍କ ଵିଵାହ ସମ୍ପର୍କରେ ଜଣା ପଡ଼ିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button