ମନୋରଞ୍ଜନ

ଏମାନେ ହେଉଛନ୍ତି Bollywood ର 5 ଜଣ ଅପାଠୁଆ ହିରୋଇନ, ଯିଏ ଫିଲ୍ମ ରେ ସିନା Hit କିନ୍ତୁ ପାଠ ପଢାରେ ବିଲକୁଲ ବି ନୁହଁନ୍ତି Fit

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯିଏ ନିଜର ଅଭିନୟ ଜରିଆରେ ବଲିଉଡ ଇଣ୍ଡଷ୍ଟ୍ରୀ କୁ ବହୁତ ମାତ୍ରାରେ ବ୍ଲକବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ଏହି ଅଭିନେତ୍ରୀ ମାନେ ବାସ୍ତବ ଜୀବନରେ ଅଶିକ୍ଷିତ ଅଟନ୍ତି । ନିଜର ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ପାଇଁ ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ମାନେ ପାଠ ପଢା ମାମଲାରେ ରହିଯାଇଛନ୍ତି ପଛୁଆ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ୱନ୍ଧରେ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘କରିସ୍ମା କପୁର’ ଙ୍କ ବିଷୟରେ । କରିସ୍ମା କପୁର ନିଜ ଅଭିନୟ ମାଧ୍ୟମରେ ବହୁତ ସୁପରହିଟ ଫିଲ୍ମ ବଲିଉଡ ଇଣ୍ଡଷ୍ଟ୍ରୀ କୁ ପ୍ରଦାନ କରିଛନ୍ତି ।

ନିଜର ଅଭିନୟ ତଥା ସୁନ୍ଦରତା ପାଇଁ ଏହି ଅଭିନେତ୍ରୀ ବହୁତ ମାତ୍ରା ରେ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ଜଣକ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଆର ଆରମ୍ଭ କରିବା ପାଇଁ ଏହି ଅଭିନେତ୍ରୀ ଜଣକ ନିଜର ପାଠ ପଢ଼ା ଅଧାରୁ ଛାଡ଼ିଦେଇଥିଲେ।

୨. ହଲିଉଡ଼ ଇଣ୍ଡଷ୍ଟ୍ରୀ ରୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’ ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏହି ଅଭିନେତ୍ରୀ ଜଣକ ପ୍ରଥମେ କ୍ରୀମିନାଲ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ମୁମ୍ବାଇ ର ଜଏ ହିନ୍ଦ କଲେଜ ରେ ମଧ୍ୟ ନିଜର ଆଡ଼ମିଶନ କରିଥିଲେ।କିନ୍ତୁ ମଦେଲିଙ୍ କ୍ଷେତ୍ରରେ ପାଦ ରଖିବା ପରେ ଏହି ଅଭିନେତ୍ରୀ ନିଜର ପାଠ ପଢ଼ାକୁ ଅଧାରୁ ଛାଡ଼ିଦେଇଥିଲେ।

୩. ବଲିଉଡ ଫିଲ୍ମ ‘ଓଁ ଶାନ୍ତି ଓଁ’ ଫିଲ୍ମରୁ ନିଜ କ୍ୟାରିଆର ର ଆରମ୍ଭ କରିଥିବା ଅଭିନେତ୍ରୀ ‘ଦୀପିକା ପାଦୁକୋନ’ ମାତ୍ର ଦ୍ୱାଦଶ ପାସ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ମଡେଲିଙ୍ଗ କ୍ଷେତ୍ରରେ ପାଦ ରଖିବା ପରେ ନିଜ ପାଠ ପଢ଼ା ଛାଡି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଦୀପିକା ବଲିଉଡ ଇଣ୍ଡଷ୍ଟ୍ରୀ ର ଟପ ହିରୋଇନ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

୪. ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘କରିନା କପୁର’ ମଧ୍ୟ ଦ୍ୱାଦଶ ପାସ ଅଟନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଆର ଆରମ୍ଭ କରିବା ପରେ ଏହି ଅଭିନେତ୍ରୀ ଜଣକ ନିଜ ପାଠ ପଢ଼ା କୁ ଅଧାରୁ ଛାଡି ଦେଇଥିଲେ। ମାତ୍ର ୨୦ ବର୍ଷ ବୟସ ରେ ହିଁ ଏହି ଅଭିନେତ୍ରୀ ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ।

୫. ବଲିଉଡ ଇଣ୍ଡଷ୍ଟ୍ରୀ ର କୁଇନ ଭାବେ ପରିଚିତ ଅଭିନେତ୍ରୀ ‘ଐଶ୍ୱର୍ଯ୍ଯା ରାଏ’ ମଧ୍ୟ ଦ୍ୱାଦଶ ପାସ ଅଟନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଫିଲ୍ମ ର ଅଫର ପାଇସାରିବା ପରେ ଏହି ଅଭିନେତ୍ରୀ ଜଣକ ନିଜର ପାଠ ପଢ଼ାକୁ ଅଧାରୁ ଛାଡ଼ିଦେଇଥିଲେ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ହିଁ ନିଜର କ୍ୟାରିଆର ର ଆରମ୍ଭ କରିଥିଲେ।ତେବେ ଏହା ଥିଲା ବଲିଉଡ ଇଣ୍ଡଷ୍ଟ୍ରୀ ର ଅଳ୍ପ ଶିକ୍ଷିତ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ। ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆଜିର ଏହି ବିଷୟ ଟି ନିଶ୍ଚିତ ଭାବରେ ଭଲ ଲାଗିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button