ମନୋରଞ୍ଜନ

‘ନିୟମ ଅନୁଯାୟୀ କ୍ରିତିକା ହେଉଛନ୍ତି ମୋର ପ୍ରଥମ ସ୍ତ୍ରୀ’: ଅରମାନ ମଲ୍ଲିକ – Utkal Mail


ନୂଆଦିଲ୍ଲୀ: ଚର୍ଚ୍ଚିତ ୟୁଟ୍ୟୁବର ଅରମାନ ମଲ୍ଲିକ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବେ ଅରମାନ ତାଙ୍କ ଦୁଇଜଣ ସ୍ତ୍ରୀଙ୍କୁ ‌ନେଇ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ୪ଜଣ ସନ୍ତାନଙ୍କ ବାପା ହୋଇ ଖୁବ ପ୍ରଶଂସା ସାଉଁଟିଥିଲେ। ଏଥିସହିତ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ଦୁଇଗୁଣିତ ହୋଇଯାଇଥିଲା।

କିଛିଦିନ ହେବ ଅରମାନ ଦେଇଥିବା ଏକ ବୟାନ ଚର୍ଚ୍ଚାରେ ରହିଛି। ଏହି ବୟାନ ଅରମାନଙ୍କ ଅନୁମାଗୀମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।  ଅରମାନ ନିକଟରେ କହିଛନ୍ତି କି, ‘ସମସ୍ତେ ପାୟଲଙ୍କୁ ତାଙ୍କର ପ୍ରଥମ ସ୍ତ୍ରୀ ଭାବୁଥିବା ବେଳେ କ୍ରିତିକା ହେଉଛନ୍ତି ଆଇନ ଅନୁଯାୟୀ ମୋର ପ୍ରଥମ ସ୍ତ୍ରୀ। କାରଣ ପ୍ରଥମେ ମୁଁ ପାୟଲଙ୍କ ସହିତ ରହୁଥିଲି କିନ୍ତୁ ତାଙ୍କୁ ବିବାହ କରି ନଥିଲି। ପାୟଲଙ୍କ ସହିତ ମୁଁ ଲିଭଇନରେ ଥିଲି।

ଏହାରି ଭିତ‌ରେ କ୍ରିତିକାଙ୍କୁ ଭଲ ପାଇ ବସିଥିଲି। ଆଉ ଏବିଷୟରେ ମୁଁ ପାୟଲଙ୍କୁ ଜଣାଇବା ପରେ ସେ ବି କ୍ରିତିକାଙ୍କୁ ଘରକୁ ଆଣିବା ପାଇଁ ସହମତି ଦେଇଥିଲେ। ତେଣୁ ମୁଁ କ୍ରିତିକାଙ୍କୁ କୋର୍ଟରେ ବିବାହ କରି ଘରକୁ ଆଣିଥିଲି। ତେଣୁ ଆଇନ ଅନୁଯାୟୀ ଦେଖିବାକୁ ଗଲେ କ୍ରିତିକା ହେଉଛନ୍ତି ମୋର ପ୍ରଥମ ସ୍ତ୍ରୀ।’

ଅରମାନଙ୍କ ଏଭଳି ଚାଞ୍ଚଲ୍ୟକର ବୟାନ ପରେ କ୍ରିତିକାଙ୍କ ଏକ ଭିଡିଓ ବି ଚର୍ଚ୍ଚାରେ ରହିଥିଲା। ଯେଉଁଥିରେ ସେ ଦ୍ବିତୀୟଥର ମା’ ହୋଇଥିବା କଥାକୁ ସମସ୍ତଙ୍କ ସହିତ ସେୟାର କରିଥିଲେ। ଏକଥାକୁ ଅରମାନ ବି ସ୍ବୀକାର କରିଥି‌ଲେ। ତେବେ କ୍ରିତିକା ଗର୍ଭବତୀ ଥିବା ନେଇ ମଜା କରୁଥିବା କହିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button