ମନୋରଞ୍ଜନ

ବିବାହ ଫିଲ୍ମ ର ଶ୍ୟାମଳ ବର୍ଣ୍ଣର ‘ଛୋଟି’ ଏବେ ହେଇଯାଇଛନ୍ତି ବଡ ଓ ବହୁତ ସୁନ୍ଦର, ଚିହ୍ନିବା ବି ହେବ ମୁସ୍କିଲ, ଦେଖନ୍ତୁ ଫଟୋ

୨୦୦୬ ମସିହାରେ ଏକ ଫିଲ୍ମ ଆସିଥିଲା ବିବାହ, ସାହିଦ୍ କପୁର ଓ ଅମ୍ରିତା ରାଓଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ଚାଲିଥିଲା । ଏହି ଫିଲ୍ମରେ ଅମ୍ରିତା ରାଓଙ୍କ ଶ୍ୟାମଳ ରାଙ୍ଗର ଭଉଣୀ ‘ଛୋଟୀ’ ଆପଣଙ୍କର ମନେ ଅଛି ? ସେହି ‘ଛୋଟୀ’ ଏବେ ନା ଛୋଟ ଅଛି ନା ଶ୍ୟାମଳ । ଏବେ ଛୋଟୀ ବହୁତ ବଡ଼ ଓ ସୁନ୍ଦର ଦେଖା ଯାଉଛି । ବିବାହ ଫିଲ୍ମରେ ଏହି ଚରିତ୍ର ଅମୃତା ପ୍ରକାଶ ନାମର ଅଭିନେତ୍ରୀ କରିଥିଲେ । ଅମୃତା ଏବେ ନିଜର ନୂଆ ରୂପକୁ ନେଇ ସୋସିଆଲ ମିଡିଆରେ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି ।

୪ ବର୍ଷ ବୟସରେ ସେ ଅଭିନୟ ଆରମ୍ଭ କରିଥିଲେ

ଅମୃତା ପ୍ରକାଶ ଅଭିନୟ ୪ ବର୍ଷ ବୟସରେ ଆରମ୍ଭ କରିଥିଲେ । ଏହି ସମୟରେ ସେ କେରଳର ଏକ ବିଜ୍ଞାପନ କମ୍ପାନୀରେ କାମ କରିଥିଲେ । ଅମୃତାଙ୍କ ଜନ୍ମ ୧୧ ମଇ ୧୯୮୭ ରାଜସ୍ଥାନର ଜୟପୁର ସହରରେ ହୋଇ ଥିଲା । କମ୍ ବୟସରେ ତାଙ୍କୁ ସୁଯୋଗ ମିଳି ଯାଇଥିଲା, ତାପରେ ସେ ମୁମ୍ବାଇ ଆସି ଯାଇଥିଲେ ।

ଏହି ଫିଲ୍ମରେ କାମ କରିଛନ୍ତି

ବିବାହ ଫିଲ୍ମ କୁ ଛାଡ଼ି ଅମୃତା ପ୍ରକାଶ ତୁମ୍ ବିନ୍, କୋଇ ମେରେ ଦିଲ୍ ମେ ହେ, ଏକ ବିବାହ ଏସା ଭି, ବି ଅର ଫାମିଲ୍, ନା ଜାନେ କବସେ ଫିଲ୍ମ ମାନଙ୍କରେ କାମ କରି ସାରିଛନ୍ତି । ୨୦୦୧ ମସିହାରେ ଆସିଥିବା ତୁମ୍ ବିନ୍ ଫିଲ୍ମ ଅମୃତାଙ୍କର ଡେବ୍ୟୁ ଫିଲ୍ମ ଥିଲା । ଏହି ଫିଲ୍ମରେ ତାଙ୍କୁ ରାତା ରାତି ମଉକା ମିଳି ଯାଇ ଥିଲା । ହିନ୍ଦୀ ଫିଲ୍ମକୁ ଛାଡ଼ି ସେ ମାଲାୟଲମ୍ ଫିଲ୍ମରେ କାମ କରିଛନ୍ତି।

ଟିଭି ଶୋ ବି କରିଛନ୍ତି

ଫିଲ୍ମ ଆଉ ବିଜ୍ଞାପନ କୁ ଛାଡ଼ି ସେ ଟିଭି ଶୋରେ ବି କାମ କରିଛନ୍ତି, ତୁମ୍ ବିନ ଯାଏଁ କାହାଁ, କ୍ୟା ହାଦଶା କ୍ୟା ହକିକତ୍, କୋଇ ଅପନାସା, ୟେ ହେଁ ଆଶିକି, ସାତ୍ ଫେରେ – ସଲୋନି କା ସଫର୍ କିଛି ଏମିତି ଟିଭି ସିରିୟଲ୍ ରେ ଅମୃତା କାମ କରିଛନ୍ତି ।

ମଡେଲିଂ ବି କରୁଛନ୍ତି

ଅମୃତା ଫିଲ୍ମ ଆଉ ଟିଭି ରେ କାମ କରିବା ପରେ ମଧ୍ୟ ସେ ମଡେଲିଂ ବି କରନ୍ତି । ଅମୃତାଙ୍କ ସୁନ୍ଦରତାର ଯେତେ ପ୍ରଶଂସା କଲେ ବି କମ୍ । ସେ ରସନା, ଗ୍ଲୁକନଡି ଆଉ ଡାବର୍ ପରି ବଡ଼ ବଡ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଛନ୍ତି ।

ସୋସିଆଲ ମିଡିଆରେ ବି ଆକ୍ଟଭି

ଅମୃତା ପ୍ରକାଶ ସୋସିଆଲ ମିଡିଆରେ ବି ବହୁତ ଆକ୍ଟଭି ରୁହନ୍ତି । ସେ ପ୍ରାୟ ସବୁ ଦିନ ନିଜ ଫଟୋ ସେୟାର କରିଥାନ୍ତି । ଲୋକ ମାନଙ୍କୁ ବି ଅମୃତାଙ୍କ ସବୁ ଫଟୋ ପସନ୍ଦ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button