ମନୋରଞ୍ଜନ

ଆଜି ପୁରା 10 ବର୍ଷ ପରେ ସିରିଏଲ Yeh Hai Mohabbatein ର ଛୋଟ ରୁହି ହେଇ ଯାଇଛି ବହୁତ ବଡ ଆଉ ସୁନ୍ଦର, ଦେଖିଲେ ଥରେ ନଜର ହଟେଇ ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ଛୋଟ ରୁହି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ।ଯିଏ ୧୦ବର୍ଷ ପରେ ବହୁତ ବଡ଼ ହୋଇସାରିଛନ୍ତି ଏବଂ ଦେଖିବାକୁ ମଧ୍ୟ ପୁର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖା ଯାଉଛନ୍ତି। ବନ୍ଧୁଗଣ ଟିଭି ସିରିଆଲ ‘ୟେ ହେ ମୋହବତେ ରେ’ ଏହି ଅଭିନେତ୍ରୀ ଜଣକ ରୁହି ତଥା ପିହୁ ଉଭୟ ଚରିତ୍ର ରେ ଅଭିନୟ କରିଥିଲେ ଏହି ଅଭିନେତ୍ରୀ ଜଣକ। ଏହି ସିରିଆଲ ରେ ସେ ରମନ ଭଲ୍ଲା ଏବଂ ଇସୀତା ଭଲ୍ଲା ଙ୍କ ଝିଅ ଚରିତ୍ର ରେ ଅଭିନୟ କରିଥିଲେ। ଏହି ଅଭିନେତ୍ରୀ ଜଣକ ସେହି ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ବାଲ୍ୟ କଳାକାର ଭାବରେ ଭାରତୀୟ ଡେନିମ ପୁରସ୍କାର ମଧ୍ୟ ପାଇଥିଲେ। ନିଜର ପ୍ରଦର୍ଶନ ପାଇଁ ସେ ଆହୁରି ଅନେକ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ‘ରୁହାନିକା ଧୱନ’। ଏହି ଅଭିନେତ୍ରୀ ଜଣକ ମାତ୍ର ୫ ବର୍ଷ ବୟସରୁ ହିଁ ଅଭିନୟ କ୍ଷେତ୍ରରେ ପାଦ ରଖିଥିଲେ।ଏହି ଅଭିନେତ୍ରୀ ଜଣକ କେବଳ ଟିଭି ସିରିଆଲ ରେ ହିଁ ନୁହେଁ ବରଂ ସଲମାନ ଖାଁ ଏବଂ ସନି ଦେବଲ ଙ୍କ ଫିଲ୍ମ ରେ ମଧ୍ୟ ଅଭିନୟ କରି ସାରିଛନ୍ତି।

୨୦୧୨ ମସିହାରେ ଟିଭି ସିରିଆଲ ‘ମିସେସ କୌଶିକ କି ପାଂଚ ବହୁଏଁ’ ରେ ଅଭିନୟ କରିଥିଲେ ଏବଂ ଏହାପରେ ୨୦୧୩ ମସିହାରେ ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ରୁହି ତଥା ପିହୁ ନାମକ ଚରିତ୍ର ରେ ଅଭିନୟ କରିଥିଲେ।ଏହି ସିରିଆଲ ଜରିଆ ରୁ ହିଁ ଅଭିନେତ୍ରୀ ରୁହାନିକା ଧୱନ ଙ୍କୁ ପ୍ରସିଦ୍ଧି ପ୍ରାପ୍ତ ହୋଇଥିଲା ଏବଂ ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ବହୁତ ମାତ୍ରା ରେ ଲୋପ୍ରିୟତା ମଧ୍ୟ ହାସଲ କରିଥିଲେ। ଏହି ସିରିଆଲ ରେ ସେ ରୁହି ନାମକ ଚରିତ୍ର ରେ ଯେଉଁ ଅଭିନୟ କରିଥିଲେ ତାହା ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ହୋଇଥିଲା।

ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଛନ୍ତି।ସେ ନିଜର ସମସ୍ତ ଫଟୋ ଏବଂ ଭିଡିଓ କୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ୟ ସେୟାର କରୁଛନ୍ତି। ଟିଭି ସିରିଆଲ ରୁ ପ୍ରସିଦ୍ଧି ହାସଲ କରିବା ପରେ ବର୍ତ୍ତମାନ ସେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର କ୍ୟୁଟ ନେସ ଜରିଆରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସେ ପ୍ରାୟ ସମୟ ଚର୍ଚ୍ଚା ରେ ମଧ୍ୟ ଆସୁଛନ୍ତି ଏବଂ ତାଙ୍କ ଫଟୋ ଏବଂ ଭିଡିଓ ବହୁତ ମାତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।

କିଛି ଦିନ ପୂର୍ବରୁ ହିଁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା ଯେଉଁ ଥିରେ ସେ ହ୍ଵାଇଟ କଲର ର ସ୍କର୍ଟ ଏବଂ ଟପ ପିନ୍ଧି ଥିଲେ ଏବଂ ଖୁବ ସୁନ୍ଦର ଦେଖା ଯାଉଥିଲେ। ତାଙ୍କର ଫାନ୍ସ ମାନେ ତାଙ୍କର ଏହି ଭିଡିଓ ରେ ବହୁତ ମାତ୍ରା କମେଣ୍ଟ ଦେଇଥିଲେ ଏବଂ ଲକ୍ଷେ ରୁ ଉର୍ଦ୍ଧ୍ବ ଲାଇକ ମଧ୍ୟ ଆସିଥିଲା। ଅଭିନେତ୍ରୀ ରୁହାନିକା ନିଜର ଫଟୋ ଗୁଡ଼ିକୁ ମଧ୍ୟ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରୁଥିବାର ଦେଖିବାକୁ ମିଳୁଛି ଯେଉଁଥିରେ ସେ ଖୁବ ସୁନ୍ଦର ଏବଂ କ୍ୟୁଟ ଦେଖା ଯାଉଛନ୍ତି।

ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ଷ୍ଟନିଂ ଦେଖା ଯାଉଛନ୍ତି। ତେବେ ବନ୍ଧୁଗଣ ଏହା ଥିଲା ଟିଭି ସିରିଆଲ ୟେ ହେ ମୋହବତେ ରେ ରୁହି ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ‘ରୁହାନିକା ଧୱନ’ ଙ୍କ ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button