ଓଡିଶା

ଗଞ୍ଜାମର ପର୍ଯ୍ୟଟନ ସ୍ଥଳୀ ବୁଲିଲେ ଗଜପତି ଜିଲ୍ଲାର ୫୦ ଅନାଥ

ପାରଳାଖେମୁଣ୍ଡି: ନୂଆ ସ୍ଥାନ ବୁଲିବା, ଉକ୍ତ ସ୍ଥାନ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ସାଧାରଣତଃ ପିଲାମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଥାଏ। ଏହା ସେମାନଙ୍କ ଜ୍ଞାନ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ନିଜ ଜିଲ୍ଲାର ଏଭଳି ୫୦ ଜଣ ପିଲାଙ୍କ ସ୍ବପ୍ନ ପୂରଣ କରିପାରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା଼। ତାହା ପୁଣି ନିଜସ୍ଵ ଉଦ୍ୟମରେ,‌ କୋୖଣସି ବିଶେଷ ସରକାରୀ ସହାୟତା ବିନା। ଗଜପତି ଜିଲ୍ଲାପାଳଙ୍କ ଏହି ନିଆରା ପ୍ରୟାସ ସାଧାରଣରେ ବେଶ୍ ପ୍ରଶଂସନୀୟ ହୋଇ ପାରିଛି।

ତେବେ ଉଲ୍ଲେଖନୀୟ କଥା ହେଉଛି ଏହି ପିଲାମାନେ ସମସ୍ତେ ହେଉଛନ୍ତି ଅନାଥ, ବାପା ମା’ ଛେଉଣ୍ଡ ଯେଉଁମାନଙ୍କ ପାଇଁ ଏଭଳି ଏକ ଘଟଣା କୋୖଣସି ସ୍ବପ୍ନ ସତ ହେଲା ଠାରୁ କମ୍ ନଥିଲା। ଯାହାର ଦୁନିଆରେ କେହି ନାହାନ୍ତି, ସେମାନଙ୍କୁ ପୁଣି ଏଭଳି ପର୍ଯ୍ୟଟନସ୍ଥଳୀ କିଏ ବୁଲାଇ ନେଇଥାନ୍ତା। ହେଲେ ଗଜପତି ଜିଲ୍ଲାପାଳ ଶ୍ରୀ ପଣ୍ଡା ସେହି ପିଲାଙ୍କ ସକାଶେ ଏହି ମନୋସ୍କାମନା ପୂରଣ କରି ଦେଇଛନ୍ତି। ଗଞ୍ଜାମ ଦର୍ଶନରେ ଯାଇଥିବା ଏହି ଅନାଥ ଶିଶୁମାନେ ତାରାତାରିଣୀ ମନ୍ଦିର, ତାମ୍ପରା ହ୍ରଦ, ଗୋପାଳପୁର ବେଳାଭୂମି ଏବଂ ବ୍ରହ୍ମପୁରର ରାମଲିଙ୍ଗମ ପାର୍କ ବୁଲି ଥିଲେ। ସାଥିରେ ଥିଲେ ପିଲାମାନଙ୍କ ୱାର୍ଡନ୍ ଏବଂ ଶିଶୁ ସୁରକ୍ଷା ୟୁନିଟର ୩ ଜଣ କର୍ମଚାରୀ। ଭ୍ରମଣ ସମୟରେ ପିଲାମାନଙ୍କ ମୁହଁର ହସ, ମନର ଆନନ୍ଦ, ଆଖିର ତୃପ୍ତି ଥିଲା ଅବର୍ଣ୍ଣନୀୟ। ମା’ ତାରାତାରିଣୀଙ୍କ ଦର୍ଶନ ବି କଲେ ଆଉ ଅନ୍ୟ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ବି ଭରପୁର ଉପଭୋଗ କରିଥିଲେ। ଏହା ଥିଲା ସେମାନଙ୍କ ଜୀଵନର ଏକ ସ୍ମରଣୀୟ ଦିବସ। ଗଜପତି ଜିଲ୍ଲାପାଳଙ୍କ ଏହି ନିଆରା ପ୍ରୟାସକୁ ସହଯୋଗର ହାତ ବଢ଼ାଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ପିଲାଙ୍କ ଭ୍ରମଣ, ଖାଦ୍ୟପେୟ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button