ନୀତି

ଏବର୍ଷ ରକ୍ଷା ବନ୍ଧନକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି କି? ସବୁଠାରୁ ଶୁଭ ମୁହୂର୍ତ୍ତ କେବେ ଜାଣନ୍ତୁ – Utkal Mail


ନୂଆଦିଲ୍ଳୀ: ଆସୁଛି ଭାଇଭଉଣୀଙ୍କ ସ୍ନେହ ଓ ମମତାର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଚଳିତବର୍ଷ ରାକ୍ଷୀଙ୍କୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ୩୦ ତାରିଖରେ ରାକ୍ଷୀ ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ୩୧ ତାରିଖରେ ରାକ୍ଷୀ ବାନ୍ଧିବା ଉଚିତ ବୋଲି ଚିନ୍ତା କରୁଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳିତବର୍ଷ ରାକ୍ଷୀ ଆପଣ ଉଭୟ ୩୦ ଓ ୩୧ ତାରିଖରେ ମନାଇପାରିବେ। ହେଲେ କିଛି ଲୋକ ଭଦ୍ରା କାଳର ସମୟ ପାଇଁ ରାକ୍ଷୀ ବନ୍ଧନର ଶୁଭ ମୁହୁର୍ତ୍ତକୁ ନେଇ ଏବେ ବି ଦ୍ବନ୍ଦ୍ବରେ ଅଛନ୍ତି।

ପାଞ୍ଜି ଅନୁସରରେ ଶ୍ରାବଣ ମାସର ୩୦ ତାରିଖ (ବୁଧବାର) ସକାଳ ୧୦.୫୮ରୁ ନେଇ ୩୧ ତାରିଖ (ଗୁରୁବାର) ସକାଳ ୦୭.୦୫ ପର୍ଯ୍ୟନ୍ତ ରକ୍ଷା ବନ୍ଧନ ତିଥି ରହିଛି। ଏହି ସମୟ ମଧ୍ୟରେ ଯେତେବେଳେ ବି ରାକ୍ଷୀ ବାନ୍ଧିଲେ ଚଳିବ।

ଅଗଷ୍ଟ ୩୦ ତାରିଖରେ ଶ୍ରାବଣ ପୂର୍ଣ୍ଣିମା ସହ ଭଦ୍ରାକାଳ ଆରମ୍ଭ ହୋଇଯିବ। ସମାପନ ହେବ ଯାଇ ରାତି ୦୯.୦୨ରେ। ତେବେ ଭଦ୍ରାକାଳ ସରିବା ପରେ ଅର୍ଥାତ, ୩୦ ତାରିଖ ରାତି ୦୯.୦୨ ପ‌ରେ ରାକ୍ଷୀ ବାନ୍ଧିବା ବେଶି ଶୁଭ ବୋଲି ବିଶ୍ବାସ କରାଯାଉଛି।

ଶ୍ରାବଣ ପୂର୍ଣ୍ଣିମା ତିଥି ସହିତ ହିଁ ରକ୍ଷା ବନ୍ଧନ ଶେଷ ହୋଇଯିବ। ତେବେ ରାକ୍ଷୀ ବାନ୍ଧିବା ପାଇଁ ସବୁଠାରୁ ଶୁଭ ସମୟ ୩୧ ତାରିଖ ଭ‌ୋର୍‌ ୪.୨୬ରୁ ନେଇ ୫.୧୪ ଭିତରେ ରହିବ। ଏହି ସମୟରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଖୁବ୍ ଭଲ।




Related Articles

Leave a Reply

Your email address will not be published. Required fields are marked *

Back to top button