ଜୀବନଶୈଳୀ

କେବେ ପୁଅମାନେ ଉଡାଉଥିଲେ ମଜାକ, ଆଜି ହେଭି ଲାଇସେନ୍ସ ଗାଡି ଚଲାଇ ମାଆର ମୁଣ୍ଡ ଗର୍ବରେ ଉଚା କଲା

ଯୁଗ ବଦଳିବା ସହିତ ସମାଜରେ ମଧ୍ୟ ପରିବର୍ତ୍ତନ ଆସୁଛି । ଆଗରୁ ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ପଛରେ ରଖାଯାଉ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ମହିଳା ମାନେ ପୁରୁଷ ମାନଙ୍କ ସହିତ କାନ୍ଧ ମିଶାଇ ଚାଲୁଛନ୍ତି ଏବଂ ତାଙ୍କ ଠାରୁ ବି ଆଗକୁ ଯାଉଛନ୍ତି । ସମାଜ ସବୁବେଳେ କହୁଥିଲା କି ମହିଳା ମାନେ ସବୁ କରିବେ କିନ୍ତୁ କେବେ ହେଲେ ବି ଡ୍ରାଇଭିଙ୍ଗ କରି ପାରିବେ ନାହିଁ କିନ୍ତୁ ଆଜି ଏହି କଥାକୁ ଦୁଇ ଭଉଣୀ ଭୁଲ ବୋଲି ପ୍ରମାଣିତ କରିଦେଇଛନ୍ତି ।

ହରିୟାଣା ରାଜ୍ୟର ଦୁଇଜଣ ବୁଦ୍ଧିମାନ ଝିଅ ଏମିତି କରି ଦେଖାଇଛନ୍ତି ଯାହା କି ପୁରୁଷ ମାନେ କରିପାରି ନାହାଁନ୍ତି । ରୋହତକ ରେ ଏକତା କଲୋନୀର ଦୁଇ ଭଉଣୀ ମିନା ହୁଡ୍ଡା ଏବଂ ରୀନା ହୁଡ୍ଡା ଆଜିର ଦିନରେ ହେବି ଲାଇସେନ୍ସ ନେଇ ବସ ଚଳାଉଛନ୍ତି । ଯେଉଁଠାରେ କି ରୁଢିବାଦୀ ସମାଜ ମହିଳାମାନଙ୍କୁ ସ୍କୁଟି ଚଳାଇବା ଉପରେ ପ୍ରଶ୍ନ ଉଠାଇ ଥାଏ ସେଠାରେ ଏହି ଦୁଇ ଭଉଣୀ ବସ ଚଳାଇ ବହୁତ ଲୋକଙ୍କର ମୁହଁ ବନ୍ଦ କରିଦେଇଛନ୍ତି । ଦୁନିଆକୁ କହିଦେଇଛନ୍ତି କି କୌଣସି ବି ରୂପରେ ମହିଳା ମାନଙ୍କୁ କମଜୋର ବୋଲି ଭାବିବ ନାହିଁ ।

ମହିଳା ସଶକ୍ତିକରଣ ର ପ୍ରେରଣା ହେଲେ ଦୁଇ ଭଉଣୀ

ହରିୟାଣା ର ଦୁଇ ଭଉଣୀ ମିନା ଏବଂ ରୀନା ମହିଳା ସଶକ୍ତିକରଣ ର ପ୍ରେରଣା ହୋଇଛନ୍ତି । ତାଙ୍କର ପରିଶ୍ରମ ଏବଂ ସଫଳତାର ଆଜି ସମସ୍ତେ ପ୍ରଶଂସା କରୁଛନ୍ତି କିନ୍ତୁ ସେମାନଙ୍କ ପାଇଁ ଏହା କରିବା ସହଜ ନଥିଲା । ତାହେଲେ ଆସନ୍ତୁ ଜାଣିବା ସେ ଦୁଇ ଭଉଣୀ କେମିତି ନିଜର ଲକ୍ଷ ହାସଲ କରିପାରିଛନ୍ତି ।

କିଛି ଏହି ପ୍ରକାର ସଂଘର୍ଷ କରି ନିଜର ପ୍ରତିଭା ଦେଖାଇଛନ୍ତି

ସେ ଦୁଇ ଭଉଣୀ ଯେତେବେଳେ ବହୁତ ଛୋଟ ଥିଲେ ତାଙ୍କ ବାପା ଙ୍କର ମୃତ୍ୟୁ ହୋଇ ଯାଇଥିଲା ଯାହାପରେ କି ତାଙ୍କ ମାଆ ଇନ୍ଦ୍ରବତୀ ଦୁଇ ଝିଅ ଏବଂ ପୁଅଙ୍କୁ ବହୁତ କଷ୍ଟ କରି ପାଲିଲେ । ଆର୍ଥିକ ପରିସ୍ଥିତ ପାଇଁ ଭାଇ ମାନଙ୍କୁ କମ ବର୍ଷରେ ହିଁ ଘରର ଦାୟିତ୍ଵ ବୁଝିବା ପାଇଁ ପଡିଥିଲା ଏବଂ ଝିଅ ମାନଙ୍କୁ ସଶକ୍ତ କରିବା ପାଇଁ ମାଆ ସେମାନଙ୍କୁ ଶିକ୍ଷିତ କଲେ । ପଇସାର ଅଭାବ ପାଇଁ ମାଆ ଏମଟିଏଫସି ସଂସ୍ଥାରେ ପ୍ରବେଶ କରାଇଲେ । ସଂସ୍ଥା ସହିତ ଯୋଡି ହେବା ପରେ ସେମାନେ ସ୍କୁଲରେ ପଢିବା ସହିତ ସ୍କୁଟି, ବାଇକ ଏବଂ କାର ଚଳାଇବା ମଧ୍ୟ ଶିଖିଲେ ।

ରୋହତକ ର ପ୍ରଥମ ମହିଳା ଡ୍ରାଇଭର

ସେଠାରେ ଶିକ୍ଷା ଲାଭ କରିବା ପରେ ସାନ ଭଉଣୀ ମିନା ହରିୟାଣା ରୋଡବେଜ ର ରୋହତକ ପ୍ରଶିକ୍ଷଣ କେନ୍ଦ୍ରରେ ହେବି ଲାଇସେନ୍ସ ପାଇଁ ଆବେଦନ କଲା ଏବଂ ଏକ ମାସ ପ୍ରଶିକ୍ଷଣ ପରେ ୨୦୧୮ମସିହା ଏପ୍ରିଲ ମାସରେ ଲାଇସେନ୍ସ ପାଇଲେ । ବଡ ଭଉଣୀ ରୀନା କୁ ୩ମାସ ୱେଟିଙ୍ଗ ପିରିୟଡ ହେବା କାରଣରୁ ବାହାଦୁରଗଡ ପ୍ରଶିକ୍ଷଣ କେନ୍ଦ୍ରରେ ହେବି ଲାଇସେନ୍ସ ପାଇଁ ଆବେଦନ କରିବା ପାଇଁ ପଡିଥିଲା ଏବଂ ତାଙ୍କୁ ମଧ୍ୟ ଏହି ଲାଇସେନ୍ସ ମିଳିଲା । ରୀନା ଏବଂ ମିନା ଙ୍କର ଏହି ଉପଲବ୍ଧି ପାଇଁ ମାଆ ଗର୍ବ କରୁଛନ୍ତି ।

ପୁଅ ମାନେ ଥଟା କରୁଥିଲେ

ବସ ଚଳାଇବା ପ୍ରଶିକ୍ଷଣ ବ୍ୟାଚରେ ୧୦୦ଜଣ ପୁଅ ଙ୍କ ଭିତରେ ସେ ଏକା ଝିଅ ଥିଲେ ଓ ପୁଅ ମାନେ ସବୁବେଳେ ତାଙ୍କର ମଜାକ ଉଡାଉଥିଲେ । ପ୍ରଶିକ୍ଷଣ ପରେ ପ୍ରଥମ ଥର ଟ୍ରାୟଲ ରେ ପ୍ରଥମ ଥର ହିଁ ପାସ କରିଥିଲେ । ସେ କୁହନ୍ତି କି ବସ୍ତିରେ ରହୁଥିବା ପିଲାମାନଙ୍କୁ ପଢିବା ପାଇଁ ଅଟୋ ରିକ୍ସା ଆଣିବା ଏବଂ ଛାଡିବା ପାଇଁ ପଡୁଥିଲା । ସଂସ୍ଥାର ପ୍ରୟାସକୁ ଦେଖି ସମାଜସେବୀ ରାଜେସ ଜେନ ବସ ଉପହାର ଦେଲେ ।

ପରିବାର ସବୁବେଳେ ବଢାଉଥିଲା ସାହସ

ରୀନା ଓ ମିନା କହିଛନ୍ତି କି ଏସବୁ କରିବା ପାଇଁ ଆମ ପରିବାର ଆମକୁ ବହୁତ ସାହାସ ଦେଇଛି । ଯେତେବେଳେ ବସ ଚଳାଇବା ପାଇଁ କହିଲୁ ସେତେବେଳେ ମାଆ ଏବଂ ଦୁଇ ଭାଇ ଆମକୁ ସମର୍ଥନ କରିଥିଲେ ଯେଉଁଥି ପାଇଁ ଆମେ ଆଜି ଏଠାରେ ପହଞ୍ଚି ପାରିଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button