କ୍ରାଇମ

ରାଜପଥରେ ଅନ୍ତଃସତ୍ତ୍ବା ଗାର୍ଲଫ୍ରେଣ୍ଡ୍‌ଙ୍କ ଶବ ଫିଙ୍ଗିଥିବା ଯୁବକଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ – Utkal Mail


ନ୍ୟୁୟର୍କ: ନ୍ୟୁୟର୍କର ଗୋଟାଏ ଏକ୍ସପ୍ରେସ୍‌ୱେରେ ଅନ୍ତଃସତ୍ତ୍ବା ଗାର୍ଲଫ୍ରେଣ୍ଡ୍‌ଙ୍କ ଶବ ଫିଙ୍ଗିଥିବା ଜଣେ ୩୩ ବର୍ଷିୟ ଆମେରିକୀୟ ବ୍ୟକ୍ତିଙ୍କୁ ନରହତ୍ୟା ଅପରାଧରେ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଥିବା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ୨୦୨୦ ଅକ୍ଟୋବର ମାସରେ ଅଭିଯୁକ୍ତ ଗୋୟେ ଚାର୍ଲସ୍‌ ୨୯ ବର୍ଷୀୟ ଭେନିସା ପାଏରିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ନଭେମ୍ବର ମାସରେ ଦୋ‌ଷୀ ସାବ୍ୟସ୍ତ କରାଯାଇଥିଲା। କୁଇନ୍‌ସ୍‌ ଅନ୍ତର୍ଗତ ସମୁଦ୍ରକୂଳ ଦେଇ ଯାଇଥିବା ‌ହୋରେସ୍‌ ହାର୍ଡିଙ୍ଗ୍‌ ଏକ୍ସପ୍ରେସ୍‌ୱେରେ ପାଏରିଙ୍କ ଶବ ଉଦ୍ଧାର କରାଯିବାର ୩ ଦିନ ପରେ ଚାର୍ଲସ୍‌ଙ୍କୁ ଗିରଫ କରାଯାଇଥିଲା।

Image Courtesy of Asianet Newsable

କୁଇନ୍‌ସ୍‌ ଡିଷ୍ଟ୍ରିକ୍ଟ୍‌ ଏଟର୍ଣ୍ଣି ମେଲିନା କାଜ୍‌ କହିଛନ୍ତି, ଅପରାଧର ଅମାନୁଷିକତା ଓ ନିର୍ଦ୍ଦୟ ଭାବେ ଗାର୍ଲଫ୍ରେଣ୍ଡଙ୍କ ଶବ ଫିଙ୍ଗିବା କାରଣରୁ ଆମେ ସର୍ବାଧିକ ଦଣ୍ଡ ପାଇଁ ନିବେଦନ କରିଥିଲୁ। ସେ ମହିଳାଜଣକ ଅଳ୍ପ ଦିନ ପରେ ତାଙ୍କ ପିଲାର ମାଆ ହୋଇ ଥାଆନ୍ତେ। ଏହି ଦଣ୍ଡ ଭେନିସାଙ୍କୁ ପୁନର୍ଜୀବିତ କରିବ ନାହିଁ, କିନ୍ତୁ ତାଙ୍କ ସ୍ମୃତି ପ୍ରତି ବିଚାର ପ୍ରଦାନ କରିବ।

୨୦୨୦ ଅକ୍ଟୋବର୍‌ ୨୩ ତାରିଖ ସକାଳେ ଏକ୍ସ୍‌ପ୍ରେସ୍‌ୱେ କଡ଼ରେ କାର୍‌ରୁ ପାଏରିଙ୍କ ଶବ ଘୋଷାରି ଆଣି ଫିଙ୍ଗୁଥିବାର ଦୃଶ୍ୟ ‘ସର୍ଭିଲେନ୍‌ସି କ୍ୟାମେରା’ରେ ଉତ୍ତୋଳିତ ଫୁଟେଜ୍‌ରୁ ଦେଖିବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ବୋଲି ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button