ମନୋରଞ୍ଜନ

ବିଶ୍ଵର ନମ୍ବର 1 ବୋଲର Jasprit Bumrah ଙ୍କ ଦୁଃଖଭରା କାହାଣୀ (Biography)

ନମସ୍କାର ବନ୍ଧୁଗଣ କେହି ଜଣେ ସତ ହିଁ କହିଛନ୍ତି କି ଭଗବାନ ସେହି ମାନଙ୍କ ର କଠିନ ପରୀକ୍ଷା ନିଅନ୍ତି ଯେଉଁମାନେ ଇତିହାସ ସୃଷ୍ଟି କରିବାର କ୍ଷମତା ରଖିଥାନ୍ତି ଏବଂ ଯଦି କହିବା ତେବେ ଏହି କଥାଟି ଭାରତ ର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଙ୍କ ଉପରେ ପୁରା ଠିକ ବସେ ଏହା କହିବାଟା ଭୁଲ ହେବ ନାହିଁ । କାରଣ ଦ୍ରୁତ ବୋଲ କ୍ଷେତ୍ରରେ ସର୍ଵଦା ଦୁର୍ବଳ ପଡିଥିବା ଭାରତ ଦଳକୁ ବୁମ୍ରା ହିଁ ମଜବୁତ କରିଛନ୍ତି । କିନ୍ତୁ ତାଙ୍କର ଏ ପର୍ଯ୍ୟନ୍ତ ର ରାସ୍ତା ବହୁତ ସୁବିଧା ଏବଂ ସହଜ ନଥିଲା ।

ଏକ ମଧ୍ୟବର୍ତ୍ତୀ ପରିବାର ରେ ଜନ୍ମ ଗ୍ରହଣ କରିବା ପରେ ଯଦି ସେ ପରିବାରର ମୁଖ୍ୟ ଙ୍କ ମୃତ୍ୟୁ ହୋଇ ଯାଏ ତେବେ ସେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥାଏ । କିନ୍ତୁ ବୁମ୍ରା ହାରି ନଥିଲେ । ଆଜି ଆମେ ବୁମ୍ରା ଙ୍କ ଜୀଵନ ବିଷୟରେ ଆଲୋଚନା କରିବୁ କିପରି ଭାବେ ସେ ହାର ନ ମାନି ଭାଙ୍ଗି ନ ପଡି ସଫଳତା କୁ ହାସଲ କରିଥିଲେ ଚାଲନ୍ତୁ ଜାଣିନେବା ।

ଯଶପ୍ରୀତ ବୁମ୍ରା ୬ ଡିସେମ୍ବର ୧୯୯୩ ମସିହା ଅହମ୍ମଦା ବାଦ ଗୁଜୁରାଟ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଯଶ୍ମୀର ସିଂହ ଯିଏ କି ଜଣେ ବ୍ୟବସାୟୀ । ତାଙ୍କ ମାତା ଙ୍କ ଦଲଜିତ କୋର ଯିଏ ଜଣେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ । ବୁମ୍ରା ଙ୍କ ର ଜଣେ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ଜୁହିକା ।

ବୁମ୍ରା ଙ୍କୁ ଆରମ୍ଭ ରୁ ହିଁ ଖେଳ କୁଦ ପ୍ରତି ବହୁତ ଆଗ୍ରହ ଥିଲା ଏଵଂ ଵିଶେଷ କରି ସେ କ୍ରିକେଟ କୁ ଅଧିକ ପସନ୍ଦ କରୁଥିଲେ ଏବଂ ଖେଳୁ ମଧ୍ୟ ଥିଲେ । ଅଧିକାଂଶ ପିଲାଙ୍କୁ ବ୍ୟାଟିଂ କରିବା ପସନ୍ଦ କିନ୍ତୁ ବୁମ୍ରା ଙ୍କୁ ବୋଲିଂ କରିବା ବହୁତ ପସନ୍ଦ । ଏଥି ପାଇଁ ସେ ନିଜର ଖେଳ କୁ ସହଜରେ ଆଗକୁ ବଢ଼ାଇ ପାରି ଥିଲେ । ସେ ନିଜର ପାଠ ପଢା ନିର୍ମାଣ ହାଇ ସ୍କୁଲ ରେ ଶେଷ କରୁଥିଲେ ଏବଂ ଏହି ଠାରେହିଁ ତାଙ୍କ ମାଆ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ଥିଲେ ।

ବୁମ୍ରା ଯେତେବେଳେ ସାତ ବର୍ଷ ର ଥିଲେ ସେତେବେଳେ କିଛି ଗୁରୁତର ରୋଗ ଯୋଗୁଁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଏହି କଠିନ ପରିସ୍ଥିତି ରେ ତାଙ୍କ ପରିବାର ବହୁତ ଭାଙ୍ଗି ଯାଇଥିଲା । କିନ୍ତୁ ତାଙ୍କ ମାଆ ନିଜକୁ ଦୃଢ କରି ନିଜର ଦୁଇ ସନ୍ତାନ ଙ୍କ ଭବିଷ୍ୟତ ଗଢିଲେ । ଦିନକୁ ଦିନ ବୁମ୍ରା କ୍ରିକେଟ ପ୍ରତି ତାଙ୍କ ଆଗ୍ରହ ବଢି ଚାଲିଲା ଏବଂ ପରେ ସେ ତାଙ୍କ ମାତା ଙ୍କ ଆଗରେ ନିଜର ଇଚ୍ଛା କୁ ପ୍ରକାଶ କରିଥିଲେ । ପ୍ରଥମେ ସେ ରାଜି ହୋଇ ନଥିଲେ କିନ୍ତୁ ପରେ ବୁମ୍ରା ଙ୍କ ଇଛା ଏବଂ ପାଗଳ ପନ କୁ ଦେଖି ସେ ରାଜି ହୋଇ ଯାଇଥିଲେ ।

ତାପରେ ବୁମ୍ରା ନିଜର ବୋଲିଂ ରେ ସମସ୍ତ ଙ୍କୁ ଆକର୍ଷିତ କରିଥିଲେ । ଏମ ଆର ଏଫ ପେସ ଫାଉଣ୍ଡେସନ ରେ ସେ ଟ୍ରେନିଂ କଲେ ଏହା ଚେନ୍ନାଇ ରେ ଉପସ୍ଥିତ । ତାପରେ ସେ ଅନେକ ଖେଳ ଖେଳିଲେ ଏବଂ ଜିତିଲେ ମଧ୍ୟ ଏବଂ ସେ ୧୯ ବର୍ଷ ବୟସରେ ଆଇ ପି ଏଲ ରେ ଖେଳି ଥିଲେ ଏବଂ ଏହିଥିରେ ମଧ୍ୟ ସେ ବହୁତ ଭଲ ପ୍ରଦର୍ଶନ ଦେଇଥିଲେ ଏବଂ ନିଜର ଏହି ପ୍ରତିଭା ରେ ସେ ଅନେକ ଲୋକଙ୍କ ହୃଦୟ କୁ ଜିଣିବା ରେ ସଫଳ ହୋଇ ଛନ୍ତି । ତାଙ୍କ ଜୀଵନ ରେ ସଫଳତା ଅତି ସହଜରେ ଆସି ନଥାଏ ସେଥିପାଇଁ ପରିଶ୍ରମ ଏବଂ ବିଶ୍ୱାସ ରଖିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button