ବିଚାର

ଶୁକ୍ରାଚାର୍ୟଙ୍କ ଅନୁସାରେ ସବୁବେଳେ ଗୁପ୍ତ ରଖନ୍ତୁ ନିଜର ଏହି ସବୁ କଥା, ଅନ୍ୟଥା ସମସ୍ୟା ଆପଣଙ୍କ ପଛ ଛାଡିବ ନାହିଁ

ଯେଉଁ ପ୍ରକାରର ଦେବତାଙ୍କର ଗୁରୁ ବୃହସ୍ପତି ଅଟନ୍ତି ସେହିଭଳି ଅସୁର ମାନଙ୍କର ଗୁରୁଙ୍କୁ ଶୁକ୍ରାଚାର୍ୟ ଅଟନ୍ତି । ଶୁକ୍ରାଚାର୍ୟ ଏକ ମହାନ ଏବଂ ବୁଦ୍ଧିମାନ ଗୁରୁ ଥିଲେ । ସେ ମନୁଷ୍ୟ ଜାତି ସହିତ ଜଡିତ ବହୁତ କଥା କହିଛନ୍ତି । ଏବଂ ସେହି ସବୁ କଥାର ଚର୍ଚା ଶୁକ୍ରନିତିରେ ମିଳିଥାଏ । ଶୁକ୍ରାଚାର୍ୟ କହିଛନ୍ତି କି ବ୍ୟକ୍ତିକୁ ନିଜ ଜୀବନ ସହିତ ଜଡିତ କେତେକ କଥାକୁ ଗୁପ୍ତ ରଖିବା ଉଚିତ । ଏଥିରେ ହିଁ ବ୍ୟକ୍ତିର ଭଲ ହୋଇଥାଏ ।

ଅନ୍ୟଥା ବ୍ୟକ୍ତି ନିଜର ଜୀବନ ସହିତ ଜଡିତ କଥାକୁ ଯଦି କାହା ଆଗରେ ପ୍ରକାଶ କରିଦେଉଛି ତେବେ ତାହାକୁ ଭବିଷ୍ୟତରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଶୁକ୍ରାଚାର୍ୟଙ୍କର କିଛି ମହତ୍ଵପୂର୍ଣ କଥା ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାକୁ ସେ ଶୁକ୍ରନିତିରେ କହିଛନ୍ତି ।

ଆସନ୍ତୁ ଜାଣିବା କେଉଁ କଥା ଗୁଡିକ ଗୁପ୍ତ ରଖିବା ଉଚିତ

ନିଜ ଅପମାନର କଥା

ଆପଣ ସମସ୍ତେ ଏହି କଥାକୁ ଜାଣିଛନ୍ତି କି ମନୁଷ୍ୟ ଜୀବନରେ କେବେ ନା କେବେ ଗୋଟିଏ ସମୟ ଏମିତି ଆସିଥାଏ କି ତାହାକୁ କୌଣସି କାରଣରୁ ଅପମାନର ସମାନା କରିବାକୁ ପଡିଥାଏ । ତେବେ ଆପଣ ଏହି ଅପାମାନ ବିଷୟରେ କଥାକୁ ଗୁପ୍ତ ହିଁ ରଖନ୍ତୁ ଏବଂ ଏହି କାଥାକୁ କାହାକୁ କୁହନ୍ତୁ ନାହିଁ । ଏହି ସବୁ କଥା କହିବା ଦ୍ଵାରା ଅନ୍ୟ ଲୋକମାନେ ଆପଣଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଆପଣଙ୍କର ଥଟ୍ଟା କରିଥାନ୍ତି ।

ଗୁପ୍ତ ଦାନ

ଗୁପ୍ତ ଦାନ ଏକ ଏମିତି ଦାନ ହୋଇଥାଏ ଯାହାର ହିନ୍ଦୁ ଧର୍ମରେ ବହୁତ ମହତ୍ଵ ଅଛି । ଯେଉଁ ବ୍ୟକ୍ତି କୌଣସି ଗୁପ୍ତ ଦାନ କରିଥାଏ ତାହାକୁ ଜୀବନରେ ପୂଣ୍ୟ ମିଳିଥାଏ । କିନ୍ତୁ ଯଦି ଆପଣ ନିଜର ଗୁପ୍ତ ଦାନର ସୂଚନା କାହାକୁ କହିଦେଉଛନ୍ତି ତେବେ ଆପଣଙ୍କୁ ପୂଣ୍ୟ ମିଳେ ନାହିଁ ।

ଆର୍ଥିକ ସ୍ଥିତି ବିଷୟରେ

ଯଦି କୌଣସି ବ୍ୟକ୍ତି ପାଖରେ ଟଙ୍କା ଅଛି ତେବେ ସମସ୍ତେ ତାଙ୍କ ସହିତ ବନ୍ଧୁତା କରିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଜୀବନରେ କୌଣସି କାରଣରୁ ଆପଣଙ୍କୁ ଆର୍ଥିକ ସମସ୍ୟା ଆସିଥାଏ ତେବେ ନିଜର ଏହି କଥାକୁ ଗୁପ୍ତ ରଖନ୍ତୁ । ଯଦି ଆପଣ ଏହି କଥାକୁ କାହକୁ କହୁଛନ୍ତି ତେବେ ଲୋକମାନେ ଆପଣଙ୍କର ସହାୟତା କରିବା ପରିବର୍ତ୍ତେ ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି ।

ପଦ ପ୍ରତିଷ୍ଠା

ଯଦି ଆପଣ କୌଣସି ଉଚ୍ଚ ପଦରେ ନିଯୁକ୍ତ ଅଛନ୍ତି ତେବେ ଆପଣଙ୍କୁ ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । କିନ୍ତୁ ଆପଣ ନିଜର ପଦର ଅବଲୋକନ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଭିତରେ ଅହଂକାର ଉତ୍ପନ୍ନ ହେବାକୁ ଲାଗିବ ଏବଂ ଏହା ଆପଣଙ୍କର ପତନର କାରଣ ହୋଇଥାଏ ।

ଯଦି ଆପଣ ଏହି ଉପୋରକ୍ତ କଥାଗୁଡିକ ଉପରେ ଦ୍ରୁଷ୍ଟି ତେବେ ଆପଣ ସବୁବେଳେ ନିଜ ଜୀବନରେ ଖୁସିରେ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button