ନୀତି

ଚକୋଲେଟ୍‌ ଖାଇ ଚାଲିଗଲା ଜୀବନ! – Utkal Mail


କିଛି ଘଣ୍ଟାରେ ସତ ହେଲା ଜ୍ୟୋତିଷଙ୍କ ଭବିଷ୍ୟବାଣୀ

ଏକ ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ବସନୀୟ ଘଟଣାକ୍ରମରେ ବ୍ରାଜିଲର ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି। ଫର୍ଣ୍ଣାଣ୍ଟା ଭାଲୋଜ୍‌ ପିଣ୍ଟୋ ନାମ୍ନୀ ଏହି ୨୭ ବର୍ଷୀୟା ମହିଳା ଏକ ଚକୋଲେଟ୍‌ ଖାଇବା ପରେ ପରେ ଏପରି ଅଘଟଣ ହୋଇଛି। ଜଣେ ଜ୍ୟୋତିଷ ତାଙ୍କୁ ଏହି ଚକୋଲେଟ୍‌ ଉପହାର ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ଜ୍ୟୋତିଷ ଭାଲୋଜ୍‌ଙ୍କର ହସ୍ତରେଖା ଗଣନା କରି ତାଙ୍କର କୁଆଡ଼େ ଅକାଳ ମରଣ ଯୋଗ ରହିଛି ବୋଲି ଭବିଷ୍ୟବାଣୀ କରିଥିଲେ। ଅଗଷ୍ଟ ୩ ତାରିଖରେ ଗୋଟିଏ ସନ୍ତାନର ଜନନୀ ଭାଲୋଜ୍‌ ବ୍ରାଜିଲ୍‌ର ମ୍ୟାସିଓ ଅଞ୍ଚଳରେ ବୁଲୁଥିଲେ। ଏତିକିବେଳେ ନିଜକୁ ଜଣେ ପ୍ରବୀଣା ଜ୍ୟୋତିଷ ବୋଲି ଦାବି କରି ଜଣେ ବୟସ୍କା ମହିଳା ତାଙ୍କ ପାଖକୁ ଆସିଥିଲେ।

ଭାଲୋଜ୍‌ଙ୍କ ହସ୍ତରେଖା ପଢ଼ି ତାଙ୍କର ଆଗତ ଭବିଷ୍ୟତ ବିଷୟରେ ଠିକ୍‌ କଥା କହିପାରିବେ ବୋଲି ସେ ଦାବି କରିଥିଲେ। ଭାଲୋଜ୍‌ଙ୍କ ହାତ ଦେଖି ସେ ଆଉ ମାତ୍ର କେଇଦିନ ପୃଥିବୀରେ ବଞ୍ଚିବେ ବୋଲି କହିଥିଲେ ଏବଂ ଗଲାବେଳେ ତାଙ୍କୁ ଏକ ଚକୋଲେଟ୍‌ ଉପହାର ଦେଇଥିଲେ। ଏଥିରେ କୌଣସି ସନ୍ଦେହ ପ୍ରକାଶ ନକରି ଭାଲୋଜ୍‌ ତାହାକୁ ଖାଇଦେଇଥିଲେ। କିଛି ସମୟ ପରେ ତାଙ୍କୁ ବାନ୍ତି ଓ ନିଦ ଲାଗିବା ସହ ସେ ଭୀଷଣ ଭାବରେ ଅସୁସ୍ଥ ହୋଇପଡ଼ିଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇ ଶେଷରେ ସେ ଆଖି ବୁଜିଥିଲେ। ମୃତ୍ୟୁ ପୂର୍ବରୁ ସେ ଏହି ଅନୁଭୂତି ବାବଦରେ ପରିବାର ଲୋକଙ୍କୁ ଜଣାଇଥିଲେ। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କ ଶରୀରରେ ପ୍ରଚୁର କୀଟନାଶକ ରସାୟନ ଭର୍ତ୍ତି ଥିଲା। ଭାଲୋଜ୍‌ଙ୍କୁ ହତ୍ୟା କରିବା ପାଇଁ ସେହି ଜ୍ୟୋତିଷକୁ ସୁପାରି ଦିଆଯାଇଥିବା ସନ୍ଦେହ କରି ପୁଲିସ୍‌ ତଦନ୍ତ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button