କ୍ରାଇମ

‘ଇନ୍‌ଷ୍ଟାଗ୍ରାମ୍‌’ରେ ଶାଳୀ ଓ ସାଙ୍ଗର ଫଟୋ: ପାର୍ଟି କରି ସାଙ୍ଗକୁ ଗୁଳିମାରି ହତ୍ୟା କଲେ ଭିଣୋଇ – Utkal Mail


ମୁଙ୍ଗେର୍‌: ‘ଇନ୍‌ଷ୍ଟାଗ୍ରାମ୍‌’ରେ ଶାଳୀ ସହିତ ସାଙ୍ଗର ଫଟୋ ଦେଖି ବିହାରର ମୁଙ୍ଗେର୍‌ ଜିଲ୍ଲାରେ ସେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଭିଣୋଇ ଓ ତା’ର ୪ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

‘ଆଜ୍‌ତକ୍‌’ ରିପୋର୍ଟ ଅନୁସାରେ, ‘ଇନ୍‌ଷ୍ଟାଗ୍ରାମ୍‌’ରେ ମୁଖ୍ୟ ଅଭିଯୁକ୍ତଙ୍କ ଶାଳୀ ଓ ନିଜର ଜଣେ ବନ୍ଧୁ ପରସ୍ପରକୁ ଚୁମ୍ବନ ଦେଉଥିବା ସମୟର ଫଟୋ ସେମାନେ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ।

ଘଟଣା ସଂକ୍ରାନ୍ତରେ ମୁଙ୍ଗେର୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜଗୁନାଥ ଜଲାରେଡ୍ଡୀ କହିଛନ୍ତି ଯେ, ଅଗଷ୍ଟ ୨୭ ତାରିଖ ଦିନ ଅଜ୍ଞାତ ବ୍ୟକ୍ତିମାନେ ୧୯ ବର୍ଷିୟ ବିପୁଳଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲେ। ମୃତ ବିପୁଳଙ୍କ ବାପା ରାଜୁ ମଣ୍ଡଳଙ୍କ ଅଭିଯୋଗକ୍ରମେ ସହରର ଜମାଲ୍‌ପୁର୍‌ ଥାନାରେ ମାମଲା ୮ଜଣ ବ୍ୟକ୍ତିଙ୍କ ନାମରେ ପଞ୍ଜିକରଣ କରାଯାଇଥିଲା।

ଅଗଷ୍ଟ ୨୯ ତାରିଖ ଦିନ ପୁଲିସ ସାଜନ କୁମାର, ଶଙ୍କର ପାସ୍‌ୱନ, ବିକ୍କି କୁମାର, ମହମ୍ମଦ ସାଜିଦ୍‌ ଓ ପବନ ମଣ୍ଡଳ ନାମରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ପୁଲିସ କହିଛି ଯେ, ଗିରଫ ହୋଇଥିବା ବ୍ୟକ୍ତିମାନେ ମୃତ ବିପୁଳର ସାଙ୍ଗ।

Image Courtesy of India Today

ପଚରା ଉଚରା ବେଳେ ଅନ୍ୟତମ ଅଭିଯୁକ୍ତ ସାଜନ କୁମାର ପୁଲିସକୁ ସୂଚନା ଦେଲେ ଯେ, ତାଙ୍କ ଶାଳୀ ଓ ବିପୁଳଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଜାଣି ସେ ବିବ୍ରତ ହୋଇପଡ଼ିଥିଲେ। ତା’ ସହିତ ସମ୍ପର୍କ ତୁଟାଇବା ପାଇଁ ମଧ୍ୟ ସେ ବିପୁଳକୁ ପରାମର୍ଶ ଦେଇଥିଲେ।

ସାଜନ୍‌ ଆହୁରି ମଧ୍ୟ କହିଲେ ଯେ, ଅଳ୍ପ ଦିନ ପୂର୍ବେ ବିପୁଳ ତାଙ୍କ (ସାଜନ) ଶାଳୀ ସହିତ ଯେଉଁ ଧରଣର ଫଟୋ ସେୟାର୍‌ କଲା ସେଥିରେ ଉତ୍‌କ୍ଷିପ୍ତ ହୋଇ ସେ ସାଙ୍ଗମାନଙ୍କ ସହିତ ମିଶି ତାଙ୍କୁ ହତ୍ୟା କଲା।

ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେଇ ମୁଙ୍ଗେର୍‌ ପୁଲିସ କହିଛି ଯେ, ଏଥିପାଇଁ ଗୋଟାଏ ମଦ୍ୟପାନ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅଭିଯୁକ୍ତ ଓ ବିପୁଳ ମଦ୍ୟପାନ କରିଥିଲେ। ବିପୁଳ ନିଶାଗ୍ରସ୍ତ ଥିବା ବ‌େଳେ ସାଜନ ଓ ତାଙ୍କର ସାଙ୍ଗମାନେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ମଧ୍ୟ ପୁଲିସ ଉଦ୍ଧାର କରିଛି।

ପୁଲିସ ଆହୁରି ମଧ୍ୟ କହିଛି ଯେ, ଶାଳୀଠାରୁ ସମ୍ପର୍କ ନ ତୁଟାଇଲେ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଆଗରୁ ସାଜନ ବିପୁଳଙ୍କ ସ୍ତ୍ରୀ’ଙ୍କୁ ବି ସତର୍କ କରାଇ ଦେଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button