ଓଡିଶା

ଆଜିଠୁ କଂଗ୍ରେସର ବିଶାଳ ପଦଯାତ୍ରା, ପୁରୀ ଅଭିମୁଖେ ୩ ଦିନିଆ ଯାତ୍ରା କରିବ ଦଳ

ଭୁବନେଶ୍ୱର:   ଫୁଲ୍ ଜୋସରେ କଂଗ୍ରେସ । ଆଜିଠୁ ଆରମ୍ଭ ହେବ ସଂକଳ୍ପ ପଦଯାତ୍ରା । ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରାଯିବ । ଭୁବନେଶ୍ବର ବିମାନବନ୍ଦରରୁ ପୁରୀ ଯାଏଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ସଂକଳ୍ପ ପଦଯାତ୍ରା କରିବ କଂଗ୍ରେସ ।

ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁ ଭବନ, ରାଜାମାହାଳ ଏବଂ କଳ୍ପନା ଛକ ଦେଇ ଲିଙ୍ଗପୁରରେ ପହଞ୍ଚିବ ପଦଯାତ୍ରା । ପରେ ଲିଙ୍ଗିପୁରରୁ ପିପିଲି ଯାଇ ରାତ୍ରି ଜାପନ କରିବେ ପିସିସି ସଭାପତି । ପିପିଲିରୁ ଚନ୍ଦନପୁର ଏବଂ ୨୦ ତାରିଖରେ ଚନ୍ଦନପୁରରୁ ପୁରୀ ଅଭିମୁଖେ ବାହାରିବ ପଦଯାତ୍ରା । ୨୦ ତାରିଖରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସଂକଳ୍ପ ପଦଯାତ୍ରାର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବେ ପିସିସି ସଭାପତି । ପଦଯାତ୍ରାକୁ ସଫଳ କରିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନୂଆ ପିସିସି ଓ ପ୍ରଭାରୀ ନିଯୁକ୍ତି ପରେ ନୂଆ ଉତ୍ସାହ ସହ କାମ ଆରମ୍ଭ କରିଛି କଂଗ୍ରେସ । ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି । ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button