ବିଚାର

ଜାଣନ୍ତୁ ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ, ଶୁଭ ନା ଅଶୁଭ

ସାଙ୍ଗମାନେ ଆପଣମାନେ ତ ଜାଣିଛନ୍ତି ସାପକୁ ଦେବଙ୍କର ଦେବ ମହାଦେବ ସର୍ବଦା ନିଜ ଗଳାରେ ଧାରଣ କରିଥାନ୍ତି । ରାବଣ ସଂହିତା ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପିତୃଲୋକ ଯେଉଁମାନେ ଦେବଯୋନି ପ୍ରାପ୍ତ କରିଥାନ୍ତି ସେମାନେ ସର୍ପ ରୂପରେ ନିଜର ବଂଶୀୟ ମାନଙ୍କ ଧନର ରକ୍ଷା କରିଥାନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁଙ୍କୁ ମଧ୍ୟ ସର୍ପ କୁହାଯାଇଥାଏ । ରାହୁକୁ ସର୍ପର ଶିର ଓ କେତୁକୁ ସର୍ପର ଲାଞ୍ଜ ବୋଲି କୁହାଯାଇଥାଏ । ଭାରତୀୟ ଧର୍ମ ଶାସ୍ତ୍ର ଅନୁସାରେ ସାପକୁ ମାରିବା ପାପ ଓ ଅପରାଧ ବୋଲି ବର୍ଣ୍ଣନା କରା ଯାଇଛି । ଅନେକ ଜନ୍ମ ପର୍ଯ୍ୟନ୍ତ ଏହାର ଦଣ୍ଡ ମିଳିଥାଏ ବୋଲି ମଧ୍ୟ ଦର୍ଶା ଯାଇଛି ।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଯେଉଁ ବ୍ୟକ୍ତି ସାପକୁ ମାରେ ବା ସାପକୁ କୌଣସି ପ୍ରକାର କଷ୍ଟ ଦେଇଥାଏ ତାର ପର ଜନ୍ମରେ ବ୍ୟକ୍ତିର କୁଣ୍ଡଳୀରେ କାଳ ସର୍ପ ଦୋଷ ରହିଥାଏ । ଏହି କାଳସର୍ପ ଦୋଷ କାରଣରୁ ବ୍ୟକ୍ତିକୁ ବାରମ୍ବାର ଦୁଃଖ କଷ୍ଟ ଓ ଅସଫଳତାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜି ଆମେ ଆପଙ୍କୁ କହିବୁ ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ?

ଯଦି ଆପଣ ସ୍ଵପ୍ନ ପାହାନ୍ତା ସମୟ ମାନେ ରାତି 3 ଟା ରୁ 5 ଟା ଭିତରେ ଦେଖନ୍ତି ତା ହେଲେ ସେହି ସ୍ଵପ୍ନକୁ ଅଧିକ ମହତ୍ଵ ଦିଆଯାଇଥାଏ ଓ ସେହି ସ୍ଵପ୍ନ ଫଳପ୍ରାପ୍ତି ମଧ୍ୟ ହୋଇଥାଏ ।

ଯଦି ସ୍ଵପ୍ନରେ ଆପଣଙ୍କୁ ସାପ କାମୁଡିଦିଏ ତେବେ ଏହାର ଅର୍ଥ ଏହି ସ୍ଵପ୍ନ ଆପଣଙ୍କୁ ନିଜ ଜୀବନରେ ସତର୍କ ରହିବାର ସୂଚନା ଦେଉଛି । ହେଇପାରେ ଆପଣଙ୍କ ଜୀବନରେ କୌଣସି ପରିବର୍ତ୍ତନ ଦେଖା ଦେଇପାରେ ଏବଂ ସ୍ଵପ୍ନରେ ସାପ କାମୁଡିବାର ମାନେ ଧନର ପ୍ରାପ୍ତି ହୋଇଥାଏ ।

ଯଦି ସ୍ଵପ୍ନରେ ଆପଣ ସାପର ଛୁଆକୁ ଦେଖନ୍ତି ତେବେ ଜୀବନରେ ଆସୁଥିବା ସଙ୍କଟ ବିଷୟରେ ଆପଣ ଜାଣି ପାରିବେ ।

ଯଦି ସ୍ଵପ୍ନରେ ଆପଣ ସାପକୁ ମାରି ଦିଅନ୍ତି ବା ମରି ଯାଇଥିବା ସାପ ଦେଖନ୍ତି ତେବେ ବୁଝିବେ ଆପଣଙ୍କ ଜୀବନରେ ଆସୁଥିବା ସଙ୍କଟ ଟଳି ଯାଇଛି ବା ଆପଣଙ୍କ ଜୀବନରେ

ଅତି ଶୀଘ୍ର ସଙ୍କଟ ଆସିପାରେ ସେଥିପାଇଁ ଆପଣଙ୍କୁ ସତର୍କତାର ସଙ୍କେତ ମିଳି ଯାଇଛି ।

ଯଦି ସ୍ଵପ୍ନରେ ଆପଣଙ୍କୁ ସାପ ଗିଳିଦିଏ ତାହେଲେ ଏହାର ଅର୍ଥ ହେଉଛି ଆପଣ ନିଜ ଶତୃଙ୍କ ଠାରୁ ସତର୍କ ରୁହନ୍ତୁ ।

ଯଦି ଆପଣ ସ୍ଵପ୍ନରେ ସାପ ସହ ଲଢୁଥିବାର ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ ସକରାତ୍ମକ ହୋଇଥାଏ । ଏହାର ଅର୍ଥ ହେଲା ଆପଣ ଜୀବନରେ କୌଣସି ସାମାଜିକ ପରିବର୍ତ୍ତନ କାର୍ଯ୍ୟରେ ଲଢେଇ କରିବେ ।

ଯଦି ଆପଣ ସ୍ଵପ୍ନରେ ବିରାଟକାୟ ସାପକୁ ନିଜ ଆଡକୁ ଆସୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନର ଶେଷ ସମୟ ଆସି ଯାଇଛି ଓ ଯଦି ଆପଣ ସେହି ସାପକୁ ମାରି ଦିଅନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମୃତ୍ୟୁ ଟଳି ଯାଇଛି ।

ଯଦି ଆପଣ ସ୍ଵପ୍ନରେ ସାପକୁ ଧରି ନିଅନ୍ତି ତେବେ ଏହାର ଅର୍ଥ ଶୁଭଦାୟକ ହୋଇଥାଏ । ଏମିତି ହେଲେ ବହୁତ ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ ।

ଯଦି ଆପଣ ସ୍ଵପ୍ନରେ ସାପ ଓ ନେଉଳର ଲଢିବା ଦେଖନ୍ତି ତାହେଲେ ଏହି ସ୍ଵପ୍ନ ଆପଣଙ୍କୁ ଥାନା କୋର୍ଟ କଚେରୀ ଟାଣି ନେଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button