ଓଡିଶା

ଯୁବକଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗିଦେଲେ!

ଯୁବକଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗିଦେଲେ। କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କୁସୁପୁର ଗାଁର ପ୍ରମୋଦ ବେହେରା।

ଆଜି ସକାଳେ ପୋଲ ତଳେ ପ୍ରମୋଦଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇ ଥିଲେ।

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପ୍ରମୋଦଙ୍କୁ ହତ୍ୟା କରାଯାଇ ପୋଲ ତଳେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ପ୍ରମୋଦଙ୍କର କିପରି ମୃତ୍ୟୁ ଘଟିଲା, ତାର କାରଣ ଜଣାପଡ଼ିନାହିଁ। ମାହାଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button