ଦେଶ ବିଦେଶ

ଅନନ୍ତନାଗରେ ଏନ୍‌କାଉଣ୍ଟର ଜାରି: ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍‌ରୁ ବୋମାମାଡ଼, ଆହତ ଯବାନଙ୍କ ମୃତ୍ୟୁ – Utkal Mail


ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ଆଜି ଭୀଷଣ ରୂପ ନେଇଛି। ପାହାଡ଼ ଉପରେ ଲୁଚି ରହି ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଆଜି ଡ୍ରୋନ୍‌ ଆକ୍ରମଣ ହୋଇଛି। ଡ୍ରୋନ୍‌ରୁ ଦୁଇଟି ପର୍ଯ୍ୟାୟରେ ବୋମାମାଡ଼ ହୋଇଥିବା ବେଳେ ପାରା କମାଣ୍ଡୋ ମଧ୍ୟ କୋକରନାଗ ପାହାଡ଼ରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରରୁ ତାଲିମ ନେଇ ଆସିଥିବା ୩ ଜଣ ଆତଙ୍କବାଦୀ କୋକରନାଗ ପାହାଡ଼ରେ ଲୁଚିଥିବା ଜଣାପଡ଼ିଛି। ଗତକାଲି ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆହତ ହୋଇଥବା ଜଣେ ଯବାନଙ୍କ ଆଜି ମୃତ୍ୟୁ ହୋଇଯାଇଛି। ବୁଧବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଦୁଇଜଣ ସେନା ଅଧିକାରୀ – କର୍ଣ୍ଣେଲ ଓ ମେଜର ଏବଂ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଟିଆର୍‌ଏଫ୍‌ (ଦ ରେଜିଷ୍ଟାନ୍ସ ଫୋର୍ସ)ର ଆତଙ୍କବାଦୀ ସାମିଲ ଅଛନ୍ତି୧ ବୁଧବାର ଅପରେସନ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୪ ଜଣ ଅଧିକାରୀଙ୍କର ମୃତ୍ୟୁ ଘଟିସାରିଲାଣି।

ଶୁକ୍ରବାର ସକାଳେ ଜଙ୍ଗଲ ଅଞ୍ଚଳରୁ ନୂଆ ବିସ୍ଫୋରଣ ଏବଂ ପ୍ରବଳ ଗୁଳିଗୋଳା ଶବ୍ଦ ଶୁଣିବାକୁ ମିଳିଥିଲା ​​ଏବଂ ସର୍ଚ୍ଚ ଅପରେସନ ଅପରାହ୍ଣ ପର୍ଯ୍ୟନ୍ତ ଜାରି ରହିଥିଲା। ନିହତ ହୋଇଥିବା ଚାରିଜଣଙ୍କ ମଧ୍ୟରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଏବଂ ଡିଏସ୍‌ପି ହୁମାୟୁନ ଭଟ୍ଟ ଅଛନ୍ତି। ଶୁକ୍ରବାର ସକାଳେ କର୍ଣ୍ଣେଲ ସିଂହ ଏବଂ ମେଜର ଆଶିଷ ଧୋନଚକଙ୍କ ମୃତଦେହ ପାନିପଥରେ ଥିବା ସେମାନଙ୍କ ବାସଭବନକୁ ଅଣାଯାଇଥିଲା। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ହୁମାୟୁନ ଭଟ୍ଟଙ୍କୁ ବୁଧବାର ବଡ଼ଗାମସ୍ଥିତ ତାଙ୍କ ବାସଭବନକୁ ପଠାଯାଇଥିଲା। ଭାରତୀୟ ସେନା ଗୁରୁବାର ଶବକୁ ଶ୍ରୀନଗରକୁ ଏୟାରଲିଫ୍ଟ କରିଥିଲା। ଗୁରୁବାର ସନ୍ଧ୍ୟାରେ ସେମାନଙ୍କ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଜି ମିଳିତ ସୁରକ୍ଷାବାହିନୀର ଅପରେସନରେ ହେରନ୍ ଡ୍ରୋନ୍ ଏବଂ କ୍ୱାଡକପ୍ଟରକୁ ନିୟୋଜିତ କରାଯାଇଛି ଏବଂ ସେଗୁଡ଼ିକ ସର୍ଚ୍ଚ ଅପରେସନରେ ସହାୟତା କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button