ଦେଶ ବିଦେଶ

କାହା ବିରୋଧରେ ପ୍ରତିଶୋଧ ନେବା କଥା ଭାବୁ ନାହିଁ : ନଓ୍ବାଜ୍ ସରିଫ୍ – Utkal Mail


ଲାହୋର : ଲଣ୍ଡନରେ ୪ ବର୍ଷର ନିର୍ବାସନ ପରେ ନିଜ ଦେଶ ପାକିସ୍ତାନକୁ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ । ଫେରିବା ପରେ ସେ ଲାହୋରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ତାଙ୍କ ମନରେ ପ୍ରତିଶୋଧର ଭାବନା ନାହିଁ ବୋଲି ସେ କହିଛନ୍ତି । ନିଜ ଦୁଃଖକୁ ମନେ ପକାଇ ନୱାଜ ସରିଫ୍ କହିଛନ୍ତି ଯେ ସେ ସବୁ ଯନ୍ତ୍ରଣାକୁ ଦୂରେଇ ରଖିଛନ୍ତି, କିନ୍ତୁ ଏଥିପାଇଁ କାହାଠାରୁ ପ୍ରତିଶୋଧ ନେବାକୁ ଚାହୁଁନାହାନ୍ତି।

ମୁଁ ଚାହୁଁଛି ଲୋକମାନେ ଚାକିରି ପାଆନ୍ତୁ ଏବଂ ସମ୍ମାନଜନକ ନାଗରିକ ହୁଅନ୍ତୁ ଏବଂ ମୁଁ ପ୍ରାର୍ଥନା କରୁଛି ଯେ ମୋ ହୃଦୟରେ କେବେ ବି ପ୍ରତିଶୋଧର ଭାବନା ନ ରହୁ ।

ଲୋକଙ୍କୁ ସମ୍ବୋଧିତ କରି ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ସୁପ୍ରିମୋ କହିଛନ୍ତି ଯେ ଏତେ ବର୍ଷ ପରେ ମୁଁ ଆପଣଙ୍କୁ ଭେଟିଛି। ଆମେ ଏତେ ବର୍ଷ ପରେ ସାକ୍ଷାତ କରୁଛୁ, କିନ୍ତୁ ଆପଣମାନଙ୍କ ସହିତ ମୋର ସମ୍ପର୍କ ସବୁବେଳେ ରହିଛି  । ଆମେ କେହି କାହାରିକୁ ଧୋକା ଦେଇନାହୁଁ ।

ତାଙ୍କ ପୂର୍ବ କାର୍ଯ୍ୟକାଳକୁ ମନେ ପକାଇ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଦେଶରେ ବିଜୁଳି କାଟ ବନ୍ଦକରିଥିଲେ ଓ ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇଥିଲେ । ଏବେ ଆମକୁ ନିଷ୍ପତ୍ତି ନେବାକୁ ହେବ ଯେ ଆମେ କିପରି ଆମର ହଜିଯାଇଥିବା ମାନ୍ୟତା ଫେରି ପାଇବୁ, ଏହାର ଏକମାତ୍ର ସମାଧାନ ହେଉଛି ମିଳିତ ଭାବେ କାର୍ଯ୍ୟ କରିବା ଏବଂ ସମ୍ବିଧାନକୁ କାର୍ଯ୍ୟକାରୀ କରିବା।




Related Articles

Leave a Reply

Your email address will not be published. Required fields are marked *

Back to top button