ରାଜନୀତି
ସ୍ମୃତି ଇରାନୀଙ୍କ ସମର୍ଥନରେ ରାହୁଲ

ନିର୍ବାଚନରେ ହାରିବା ଜିତିବା ଲାଗିଥାଏ। କିନ୍ତୁ ଆମେଥିରୁ ହାରିଥିବା ସ୍ମୃତି ଇରାନୀଙ୍କୁ ନେଇ ଯେଭଳି କଂଗ୍ରେସର ନେତା ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ରଖୁଛନ୍ତି। ତାକୁ ସମର୍ଥନ କରିପାରିନାହାନ୍ତି ରାହୁଲ ଗାନ୍ଧୀ। ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ରାହୁଲ। କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ଦୁର୍ବଳତାର ପ୍ରତୀକ। ଏହା ଦୃଢ଼ମନାର ପରିଚୟ ନୁହେଁ ବୋଲି ଦଳୀୟ ନେତାଙ୍କୁ ଚେତାଇ ଦେଇଛନ୍ତି ରାହୁଲ। ସ୍ମୃତି ଇରାନୀ ଲୋକସଭା ନିର୍ବାଚନରେ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କଠୁ ହାରିବା ପରେ ନିଜର ସରକାରୀ ବାସଭବନ ବୁଧବାର ଖାଲି କରୁଥିଲା ବେଳେ କଂଗ୍ରେସ ନେତା ତାଙ୍କୁ ଆକ୍ଷେପ କରି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଟିପ୍ପଣୀ ରଖିଥିଲେ।