ଦେଶ ବିଦେଶ

୧୨ ବର୍ଷର ବିବାହ, ୧୦ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର୍ ହେଉଥିଲେ ମହିଳା, ଧରିଦେଲେ ଲୋକେ ଆଉ ତାପରେ, ଜାଣନ୍ତୁ ପୂରା ଘଟଣା

ସ୍ୱାମୀ ଓ ୧୦ ବର୍ଷର ପୁଅକୁ ଛାଡ଼ି ପରପୁରୁଷ ସହ ଫେରାର ହେବାକୁ ବାହାରିଥିଲେ ମହିଳା। କିନ୍ତୁ, କୋଭିଡ଼ କଟକଣା ହେତୁ ସବୁ ଫସର ଫାଟିଗଲା। ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଛି ଏଭଳି ଘଟଣା ଯେଉଁଥିରେ ପ୍ରେମିକ ସହ ଫେରାର ହେଉଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଯାଇଛନ୍ତି ଏହି ମହିଳା।

ମିଳିଥିବା ସୂଚନା ଅନୁଯାଇ ମଞ୍ଚେଶ୍ୱର ଅଞ୍ଚଳର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପୂର୍ବରୁ ସେମାନେ ବାରମ୍ବାର ଫେରାର ହେବାକୁ ଉଦ୍ୟମ କରିଥିଲେ ମଧ୍ୟ କରୋନା କଟକଣା ହେତୁ ଏହା ସମ୍ଭବ ହୋଇ ପାରୁନଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ସହ ଝଗଡ଼ା ହେବାରୁ ମହିଳା ଜଣକ ଗତ ଦେଢ଼ ବର୍ଷ ହେବ ନହରକଣ୍ଟା ସ୍ଥିତ ବାପ ଘରେ ରହି ଆସୁଥିଲେ।

Love

ତେବେ, କିଛି ଦିନ ହେବ କୋଭିଡ଼ କଟକଣାରେ କୋହଳ ହେବାରୁ ନିଜର ୧୦ ବର୍ଷର ପୁଅ ଏବଂ ୧୨ ବର୍ଷର ବୈବାହିକ ଜୀବନକୁ ଜଳାଞ୍ଜଳି ଦେଇ ପ୍ରେମିକ ସହ ଫେରାର ହେବାକୁ ବାହାରିଥିଲେ ଉକ୍ତ ମହିଳା। ଘଟଣା ଦିନ ପ୍ରେମିକ ଏକ କାର ଯୋଗେ ମହିଳାଙ୍କୁ ନେଇ ଯାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ମାଡ଼ି ବସିଥିଲେ। ଭାଗ୍ୟବଶତଃ ପ୍ରେମିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ଫେରାର କରାଇବାକୁ ଗାଡ଼ି ନେଇ ଆସିଥିବା ଡ୍ରାଇଭରକୁ ଗାଁ ଲୋକେ ବହେ ମାଡ଼ ମାରିଥିବା ଶୁଣିବାକୁ ମିଳୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button