ବ୍ୟବସାୟ

ନରେଶ ଗୋୟଲଙ୍କୁ ୧୧ ଯାଏଁ ରିମାଣ୍ଡରେ ନେଲା ଇଡି – Utkal Mail


ମୁମ୍ବାଇ: ଜେଟ୍‌ ଏୟାରୱେଜ୍‌ର ପ୍ରତି‌ଷ୍ଠାତା ନରେଶ ଗୋୟଲଙ୍କୁ ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାଲାଗି ଇଡିକୁ ଅନୁମତି ପ୍ରଦାନ କରିଛନ୍ତି। କାନାରା ବ୍ୟାଙ୍କକୁ ୫୩୮ କୋଟି ଟଙ୍କା ଠକିଥିବା ମାମଲାରେ ଇଡି ଗତକାଲି ତାଙ୍କୁ ଗିରଫ କରିଥିଲା। ଅଦାଲତରେ ଇଡି ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଦାବି କରିଥିଲା। କିନ୍ତୁ ଅଦାଲତ ତାଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି। ପୂର୍ବରୁ ତାଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

ଏହାପରେ ଗତକାଲି ତାଙ୍କୁ ଇଡି ନେଇ ପଚରାଉଚରା କରିବା ପରେ ନିଜ ହେପାଜତକୁ ନେଇଥିଲା। ଶୁକ୍ରବାର ସିବିଆଇ ମଧ୍ୟ ଜେଟ୍‌ ଏୟାରୱେଜ୍‌ ଲିମିଟେଡର ନରେଶ ଗୋୟଲ, ତାଙ୍କ ପତ୍ନୀ ଅନିତା ନରେଶ ଗୋୟଲ ଏବଂ ଗୌରାଙ୍ଗ ଆନନ୍ଦ ସେଟ୍ଟିଙ୍କ ସମେତ କେତେଜଣ ଅଜଣା ସରକାରୀ ଓ ଘରୋଇ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button