ଜୀବନଶୈଳୀ

ଘର ଘର ଭିକ ମାଗି ଏକାଠି କରିଥିଲେ ରାସନ, ହେଲେ ଏବେ ଦରକାରୀ ଲୋକମାନଙ୍କୁ କରିଦେଲେ ଦାନ, ଆଉ ତା ପରେ

ଯେତେବେଳେ କରୋନା ଭାଇରସ ପୁରା ଦୁନିଆ ସହିତ ଭାରତରେ ବି ବିସ୍ତାର କରି ସାରିଛି, ତେବେ ଏହିଭଳି ଘଡି ସନ୍ଧି ମୂହୁର୍ତ୍ତରେ ବହୁତ ଏମିତି ଲୋକ ଅଛନ୍ତି, ଯେଉଁମାନେ ନିଜର କିଛି କାମ ଦ୍ଵାରା ଲୋକମାନଙ୍କ ହୃଦୟ ଜିତି ନେଇଛନ୍ତି । ଏମାନଙ୍କ ମଧ୍ୟରେ ତ କିଛି ପିଲାମାନେ ବି ଅଛନ୍ତି, ଯେଉଁମାନେ ନିଜର ଅଳ୍ପ ସେଭିଙ୍ଗକୁ ବି ଦାନ କରି ଦେଉଛନ୍ତି । ଅନ୍ୟ ପଟେ କେତେକ ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ଚାଲି ଚାଲି ନିଜର ଘରକୁ ଯାଉଛନ୍ତି ।

ଏମିତିରେ ପ୍ରବାସୀ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ କିଛି ଲୋକମାନେ ଆଗକୁ ବି ଆସୁଛନ୍ତି । ପୋଲିସକର୍ମୀମାନଙ୍କ ଦ୍ଵାରା କେବଳ ମଣିଷଙ୍କୁ ନୁହେଁ, ପଶୁମାନଙ୍କୁ ବି ସାହାର୍ଯ୍ୟ କରା ଯାଉଛି । ଏହି କ୍ରମରେ ଏକ ୭୨ ବର୍ଷର ବୃଦ୍ଧ ମହିଳା, ଯିଏକି ଭିକ ମାଗି ନିଜର ପେଟ ପୋଷି ଥାଏ, ସେ ବି ନିଜର ଜମା କରିଥିବା ଖାଦ୍ୟ ସାମଗ୍ରୀକୁ ଦରକାରୀ ଲୋକମାନଙ୍କୁ ଦାନ କରି ଏକ ଉଦାହରଣ ଦେଇଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ଦିନରେ ଏକ ୭୨ ବର୍ଷର ବୟସ୍କ ମହିଳା ସୋସିଆଲ ମିଡିଆରେ ଚର୍ଚାର ବିଷୟ ହୋଇ ଯାଇଛନ୍ତି । ସେହି ମହିଳାଙ୍କ ନାମ ସୁଖମତି ମାନିକପୁରୀ ଉର୍ଫ ଅମ୍ମା ଅଟେ, ଯିଏକି ଛତିଶଗଢ଼ର ବିଲାସପୁରରେ ରୁହନ୍ତି । ଅମ୍ମା ନିଜର କାମ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି । ଅମ୍ମା କରୋନାର ଏହି ଭୟାଭୟ ସଙ୍କଟ ସମୟରେ ଏକ କ୍ୱିଂଟଲ ଚାଉଳ, ଡର୍ଜନ ଶାଢୀ ଓ କିଛି ଟଙ୍କା ଦରକାରୀ ଲୋକମାନଙ୍କୁ ଦାନ କରି ଦେଇଛନ୍ତି ।

ସବୁଠୁ ଖାସ କଥା ଏହା ଅଟେ କି ଅମ୍ମା ଏହି ସମସ୍ତ ଜିନିଷ ଭିକ ମାଗି ଏକାଠି କରିଛନ୍ତି । ଅମ୍ମା କୁହନ୍ତି କି ଦରକାରୀ ଲୋକମାନଙ୍କ ବ୍ୟଥାକୁ ସେ ଏହି ଲକଡାଉନ ସମୟରେ ବୁଝି ପାରୁଛନ୍ତି । ସେ କହୁଛନ୍ତି କି ଭିକ ମାଗି ମୁଁ ନିଜର ପେଟ ପୋଷୁଛି । ତଥାପି ଯେତିକି ମୋ ଦ୍ଵାରା ସମ୍ଭବ ଅଟେ, ମୁଁ ସେତିକି ବିଲାସପୁର ନଗର ନିଗମକୁ ଦାନ କରି ଦେଇଛି । ସଙ୍କଟର ଏହି ଘଡିରେ ପରସ୍ପରର ସାହାର୍ଯ୍ୟ ଆମକୁ ହିଁ କରିବାର ଅଛି ।

ଭୋକିଲା ଲୋକମାନଙ୍କ ବ୍ୟଥାକୁ ମୁଁ ଅନୁଭବ କରୁଛି । ଏହି କାରଣ ଅଟେ କି ଦରକାରୀ ଅସହାୟ ଲୋକମାନଙ୍କ ସମସ୍ତ ସମ୍ଭବ ସାହାର୍ଯ୍ୟ କରିବା ପାଇଁ ମୁଁ ଅଧିକରୁ ଅଧିକ ଭିକ ମାଗିବା ଆରମ୍ଭ କରି ଦେଇଥିଲି । ଭୋକିଲା ପେଟ କାହାକୁ ବି ଶୋଇବା ଉଚିତ ନୁହେଁ । ଆପଣଙ୍କୁ କହିଦେଛୁ କି ପକାହପାଖି ୧୦ ବର୍ଷ ହେବ ସୁଖମତି ମାନିକପୁରୀ ଭିକ ମାଗି ନିଜର ଜୀବନ ବ୍ୟତୀତ କରୁଛନ୍ତି ।

ବିଲାସପୁର ଜିଲ୍ଲାର କଲେକ୍ଟର ଡା. ସଂଜୟ ଅଲଂଗ ବି ଅମ୍ମାଙ୍କ ପ୍ରଶଂସା କରିଛନ୍ତି । ସେ କହିଲେ କି ଏହି ସମୟରେ ଯେତେବେଳେ ସମସ୍ତେ କରୋନା ଭାଇରସ ସହ ଯୁଧ୍ୟ କରୁଛନ୍ତି ତେବେ ସେହି ସମୟରେ ଅମ୍ମା ଯେଉଁ ସମସ୍ତ ଜିନିଷ ଦାନ କରିଛନ୍ତି, ସେଥିରୁ ଏହା ପ୍ରମାଣିତ ହେଉଛି କି ଆଜି ବି ମଣିଷଙ୍କ ମଧ୍ୟରେ ମଣିଷତ୍ଵ ଜୀବିତ ଅଛି । କହିବାକୁ ଗଲେ ଗତ ଏପ୍ରିଲ ମାସରେ ସ୍ଥାନୀୟ ପାର୍ଷଦ ବିଜୟ କେସରବାନୀଙ୍କୁ ଅମ୍ମା ଭିକ ମାଗି ଏକାଠି କରିଥିବା ଚାଉଳ ଓ କପଡା ଦେଇଥିଲେ ।

ସୁଖମତି ମାନିକପୁରୀ ଉର୍ଫ ଅମ୍ମାଙ୍କ ଦୁଇଟି ନାତୁଣୀ ବି ଅଛି । ବଡ ନାତୁଣୀ ଯିଏକି ବର୍ତ୍ତମାନ ସମୟରେ ୧୧ରେ ପଢୁଛି, ଅନ୍ୟ ପଟେ ଛୋଟ ନାତୁଣୀ ଷଷ୍ଠରେ ପଢୁଛି । ଏକ ସରକାରୀ ସ୍କୁଲରେ ଦୁଇ ଜଣ ପଢୁଛନ୍ତି ଓ ଅମ୍ମା ଏମାନଙ୍କ ଶିକ୍ଷାର ଦାୟିତ୍ଵ ନେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button