ବିଚାର

ସ୍ବପ୍ନରେ ଅଜଣା ଲୋକଙ୍କ ମୁହଁ ଦିଶୁଛି କି, ଜାଣନ୍ତୁ କଣ ମିଳୁଛି ସଙ୍କେତ

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ସ୍ବପ୍ନରେ ଏହି ବିଶେଷ ଜିନିଷ ଦେଖାଯାଏ, ତେବେ ଆପଣଙ୍କ ଭାଗ୍ୟ ଶୀଘ୍ର ଉଜ୍ଜ୍ୱଳ ହେବାକୁ ଯାଉଛି। ନିଦ ଆସିଲେ ଭଳିକି ଭଳି ସ୍ବପ୍ନ ଆସିଥାଏ। କିନ୍ତୁ ଆପଣ ଦେଖିଥିବା ସ୍ବପ୍ନ ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ। ଏପରି ସ୍ଥଳେ ସ୍ବପ୍ନରେ ଆପଣ ଅଜଣା ଚେହେରା ଦେଖିଲେ ଜାଣନ୍ତୁ ଏହାର ଅର୍ଥ କ’ଣ।

ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଆପଣ ସ୍ବପ୍ନରେ ଅଜଣା, ଅଚିହ୍ନା ଲୋକଙ୍କୁ ଦେଖିଲେ ଏହାର ଅର୍ଥ କୌଣସି ବାହ୍ୟ ଶକ୍ତି ଆପଣଙ୍କ ଉପରେ ନଜର ରଖିଛି। ଏହା ସକରାତ୍ମକ ବା ନକରାତ୍ମକ ଶକ୍ତି ହୋଇପାରେ। ତେବେ ସ୍ବପ୍ନରେ ଭିନ୍ନ ଭିନ୍ନ ସ୍ଥିତିରେ ଦେଖିଥିବା ଅଜଣା ଲୋକଙ୍କ ସ୍ବପ୍ନ ଭିନ୍ନ କଥା ସୂଚିତ କରିଥାଏ। ଜାଣନ୍ତୁ ବିଭିନ୍ନ ପରିସ୍ଥିତିରେ ଅଜ୍ଞାତ ଚେହେରାର ରୂପ କିଛି ସୂଚାଇଥାଏ।

ଅଜଣା ବ୍ୟକ୍ତି ସ୍ବପ୍ନରେ ଆପଣଙ୍କୁ ଉପହାର ଦେଉଥିବାର ଦେଖିଲେ ଆପଣ ଖୁସି ହୋଇ ଯାଆନ୍ତୁ। ଏହାର ଅର୍ଥ ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ ଓ କୌଣସି ବଡ଼ ଖୁସି ଖବର ପ୍ରାପ୍ତ ହୋଇପାରେ।

ସ୍ବପ୍ନରେ କୌଣସି ଅପରିଚିତ ଲୋକ ଆପଣଙ୍କ ପିଛା କରୁଥିବାର ଅର୍ଥ ଏହା ଆପଣଙ୍କ ଭିତରର ଡର ଓ ଭୟକୁ ଦର୍ଶାଇଥାଏ। ଏହାର ଅର୍ଥ ଆପଣ କୌଣସି ମାମଲାକୁ ସମାଧାନ କରି ନ ପାରି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ସ୍ବପ୍ନ ବିଜ୍ଞାନ ଅନୁଯାୟୀ, ଯଦି ଆପଣ ନିଜ ସ୍ବପ୍ନରେ ଅଜ୍ଞାତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖନ୍ତି, ତେବେ ଆପଣଙ୍କ ବାସ୍ତବ ଜୀବନରେ ବିଚ୍ଛିନ୍ନ ହୋଇପାରେ। ଏହାର ଅର୍ଥ ଆପଣଙ୍କ ସାଙ୍ଗସାଥୀଙ୍କ ସଂଖ୍ୟା କମିପାରେ ।

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଆପଣଙ୍କର ସ୍ୱପ୍ନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ମରିଥିବାର ଦେଖ, ତେବେ ବୁଝନ୍ତୁ ଯେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଥାଇପାରେ। ଏହାର ଅର୍ଥ ଖୁବ୍‌ କମ୍‌ ଦିନରେ ଆପଣ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ତେଣୁ ଏପରି ସ୍ବପ୍ନ ଆସିଲେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଯାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button