ଦେଶ ବିଦେଶ

ଜାପାନ ନିର୍ବାଚନ; ବହୁମତ ଠାରୁ ବହୁ ଦୂରରେ ଏଲଡିପି, କୌଣସି ଦଳକୁ ମିଳିନାହିଁ ସଂଖ୍ୟା ଗରିଷ୍ଠତା

ଟୋକିଓ: ଜାପାନରେ ବହୁମତ ହରାଇଲା କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ମେଣ୍ଟ । ସଂସଦୀୟ ନିର୍ବାଚନରେ ଆସନ ସଂଖ୍ୟା ହ୍ରାସ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦଳ ଏଲ୍ଡିପିକୁ ୧୯୧ ସଂସଦ ଆସନରେ ସଫଳତା ପାଇଛି । ମାତ୍ର ପୂର୍ବ ନିର୍ବାଚନ ଅପେକ୍ଷା ଏହା କମ୍ । ଏଥର ଲିବରାଲ ଡେମୋକ୍ରେଟିକ୍ ପାର୍ଟି ହାତରୁ ୬୫ ଆସନ ଖସିଛି ।

ଗତ ୧୫ ବର୍ଷ ମଧ୍ୟରେ ଏଲ୍ଡିପିର ଏହା ସବୁଠୁ ଖରାପ ପ୍ରଦର୍ଶନ । ଏଲ୍ଡିପି ଓ ଏହାର ସହଯୋଗୀ ଦଳ କୋମିଟୋକୁ ମୋଟ୍ ୨୧୫ ଆସନ ମିଳିପାରିଛି । ଜାପାନ ସଂସଦରେ ବହୁମତ ଅଙ୍କ ହେଉଛି ୨୩୩ । ଦୀର୍ଘ ୧୫ ବର୍ଷ ପରେ ଏଲ୍ଡିପି ମେଣ୍ଟ ବହୁମତଠାରୁ ପଛରେ ପଡ଼ିଯାଇଛି ।

ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଗତମାସରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ଜିତିଥିଲେ । ଏହାପରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ପରେ ସେ ନିର୍ବାଚନ କରାଇବା ପାଇଁ ଘୋଷଣା କରିଥିଲେ । ନିର୍ବାଚନ ଫଳ ଆସିବା ପରେ ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନତା ନିଜର କଠୋର ରାୟ ଶୁଣାଇଛନ୍ତି । ସେ ବିନମ୍ରତାର ସହ ଏହାକୁ ସ୍ୱୀକାର କରୁଛନ୍ତି । ତେବେ ସେ ବର୍ତ୍ତମାନ ମେଣ୍ଟରେ ଅନ୍ୟ ଦଳକୁ ଯୋଡ଼ିବା ପାଇଁ କୌଣସି ଉଦ୍ୟମ କରୁ ନ ଥିବା କହିଛନ୍ତି । ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ଜାପାନର ଗଣମାଧ୍ୟମ ସଂସ୍ଥାଗୁଡ଼ିକ କହିଥିଲେ, କି ଏଲ୍ଡିପିକୁ ଯଦି ଏଥର ବହୁମତ ନ ମିଳେ, ତେବେ ଇଶିବା ପ୍ରଧାନମନ୍ତ୍ରୀ ପଦ ଛାଡ଼ିପାରନ୍ତି । ଯଦି ସେଭଳି ହୁଏ, ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ସବୁଠୁ କମ୍ ସମୟ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button