ମନୋରଞ୍ଜନ

ମାସକୁ ଦରମା ପାଉଥିଲେ 500 ଟଙ୍କା, ହେଲେ ଆଜି 200 କୋଟି ଟଙ୍କା ନେଉଛନ୍ତି, ସାଉଥ ସୁପରଷ୍ଟାର ବିଜୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାସକୁ ଦରମା ପାଉଥିଲେ ୫୦୦ ଟଙ୍କା । ଆଜି ଦେଶର ସବୁଠାରୁ ଦାମୀ ଅଭିନେତା ଲିଷ୍ଟରେ ଅଛନ୍ତି । ତେବେ ଆମେ ଏଠାରେ ସାଉଥ ସୁପରଷ୍ଟାର ବିଜୟଙ୍କ ବିଷୟରେ କହିବା ପାଇଁ ଯାଉଛୁ । ଛୋଟ ବେଳୁ ହିଁ ଅଭିନୟ ଜଗତରେ ପାଦ ଥାପିଥିବା ଅଭିନେତା ହେଉଛନ୍ତି ବିଜୟ । ଯାହାଙ୍କୁ ଆମେ ସମସ୍ତେ ଥାଲାପତି ବିଜୟ ନାମରେ ହିଁ ଜାଣିଛୁ । ଯାହାଙ୍କର ବର୍ତ୍ତମାନ ସମୟରେ କୋଟୋ କୋଟି ପ୍ରଶଂଶକ ଅଛନ୍ତି ।

ତେବେ ବହୁତ ଅଳ୍ପ ଟଙ୍କାର ଇନକମରୁ ହିଁ ଅଭିନୟ ଜଗତରେ ପାଦ ଥାପିଥିଲେ ସାଉଥସୁପରଷ୍ଟାର ବିଜୟ । ହେଲେ ଆଜିକାଲି ଲୋକଙ୍କର ଡିମାଣ୍ଡରେ ପ୍ରଥମ ଚଏସ ଭାବେ ସାଉଥସୁପରଷ୍ଟାର ବିଜୟଙ୍କୁ ହିଁ ଦେଖିବାକୁ ମିଳିଥାଏ । ତେବେ ଅଭିନେତା ବିଜୟଙ୍କର ଅପକମିଙ୍ଗ ଫିଲ୍ମ ଲିଓ ପାଇଁ ସେ ବର୍ତ୍ତମାନ ସମୟରେ ଚର୍ଚାରେ ରହିଛନ୍ତି । ଯେପରି ଅଭିନେତା ବିଜୟ ଏହି ଫିଲ୍ମ ପାଇଁ ୨୦୦ କୋଟି ଟଙ୍କା ନେଉଛନ୍ତି ବୋଲି ଚର୍ଚା ଉଠୁଛି । ତେବେ ତାମିଲ ଫିଲ୍ମ ନିର୍ଦ୍ଧେଶକ S ଚନ୍ଦ୍ରଶେଖରଙ୍କର ପୁଅ ହେଉଛନ୍ତି ବିଜୟ ।

ବିଜୟଙ୍କର ହୃଦୟସ୍ପର୍ଶୀ ଅଭିନୟ ଓ ଜବରଦସ୍ତ ଡ୍ୟାନ୍ସ ପାଇଁ ସେ କୋଟି କୋଟି ଦର୍ଶକଙ୍କର ମନ ଜିଣିନେଇଛନ୍ତି । ଅଭିନେତା ବିଜୟ ନିଜର ଚମତ୍କାର ଅଭିନୟ ପାଇଁ ଅନେକ ଗୁଡିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବିଜୟଙ୍କର ପ୍ରଥମ ଫିଲ୍ମ ହେଉଛି ଭେଟ୍ରି । ଯାହାକି ୧୯୮୪ ମସିହାରେ ରିଲିଜ ହୋଇଥିଲା । ସେହି ଫିଲ୍ମରେ ହିଁ ଅନେକ ଦର୍ଶକଙ୍କର ଭଲ ପାଇବା ବିଜୟଙ୍କୁ ମିଳିପାରିଥିଲା । ତେବେ ବିଜୟ ନିଜର ବାପାଙ୍କ ନିର୍ଦ୍ଧେଶନାର ହିଁ ଏହି ପ୍ରଥମ ଫିଲ୍ମ ଟି କରିଥିଲେ ।

ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ବାପା ବିଜୟଙ୍କୁ ୫୦୦ ଟଙ୍କା ଦେଇଥିଲେ । ଫିଲ୍ମରେ ବାଲ୍ୟ ଅଭିନୟ କରିବା ପରେ ପରେ ବିଜୟଙ୍କୁ ଅନେକ ଗୁଡିଏ ଫିଲ୍ମରେ ଲିଡ୍ ରେ ଅଭିନୟ କରିବାର ଦର୍ଶକ ଦେଖିବାକୁ ପାଇଥିଲେ । ତେବେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ବିଜୟଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button