ଜୀବନଶୈଳୀ

କ’ଣ ଆପଣ ଜାଣିଛନ୍ତି କି, ମୁସଲିମ ମହିଳା ମାନେ ବୁର୍ଖା କାହିଁକି ପିନ୍ଧନ୍ତି ? ଯଦି ଜାଣି ନାହାଁନ୍ତି ତେବେ ଏହା କୁ ନିଶ୍ଚୟ ପଢନ୍ତୁ

ଦୁନିଆରେ ବହୁତ ଜାତି ଧର୍ମର ଲୋକ ରହୁଛନ୍ତି, ସେମାନଙ୍କ ଚାଲି ଚଳନ, ସଂସ୍କାର, ରୀତି ନୀତି ସବୁ ଭିନ୍ନ ଭିନ୍ନ ଅଟେ। ସେମିତି ଏକ ନିୟମ ଇସଲାମରେ ଅଛି ଯେ ସେମାନଙ୍କ ଧର୍ମର ନାରୀମାନେ ସର୍ବଦା ନିଜର ଶରୀରକୁ କପଡାରେ ଘୋଡାଇ ରଖିବେ ଯେମିତି କେବଳ ତାଙ୍କ ଆଖି ବ୍ଯତୀତ ଅନ୍ୟ କୌନସାଇ ଅଙ୍ଗ ବାହାରକୁ ଦେଖା ନ ଯାଏ । ଏହି ପରମ୍ପରା ଆଦିମ କାଳରୁ ଚାଲି ଆସୁଛି ଏବଂ ଆଜିର ପିଢୀ ମଧ୍ୟ ଏହାକୁ ମାନି ଚଳୁଛନ୍ତି । ତେବେ ଆପଣ ମାନେ ଜାଣିଛନ୍ତି କି କାହିଁକି ସେମାନେ ଏହି ବୁର୍ଖା ପିନ୍ଧନ୍ତି ? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ତେବେ ଚାଲନ୍ତୁ ଜାଣିବା –  ଆମେ ସମସ୍ତେ ଜାଣିଛେ କି , ଏହି ଦୁନିଆ ରେ ବହୁତ ପ୍ରକାର ର ଧର୍ମ ରହିଛି ଓ ସବୁ ଧର୍ମ ର କିଛି ନା କିଛି ରିତୀ ରିବାଜ୍ ରହିଛି । ଏହି ଧର୍ମ ଓ ରୀତି ରିବାଜ୍ କୁ ମଧ୍ୟ ଲୋକ ମାନୁଛନ୍ତି ,ପାଳନ ମଧ୍ୟ କରୁଛନ୍ତି । ମୁସଲିମ ଧର୍ମ ରେ ଅନେକ ପ୍ରକାର ର କାନୁନ୍ ରହିଛି । ଏକ କାନୁନ୍ ରହିଛି ମହିଳା ମାନଙ୍କ ପାଇଁ ଯେ ସେମାନେ ବୁର୍ଖା ର ବ୍ୟବହାର କରିବେ ।

ଇସଲାମ ରେ ପାକ କିତାବ କୁରାନ ରେ ଲେଖା ରହିଛି କି ମୁସଲିମ ର ମହିଳା ମାନେ କିଭଳି ପୋଷାକ ର ବ୍ୟବହାର କରିବେ, କିତାବ ରେ ଲେଖାଅଛି କି ମୁସଲିମ ମହିଳା ମାନଙ୍କ ମୁହଁ , ହାତ , ଗୋଡ଼ ଅଜଣା ଲୋକ ଦେଖିବେ ନାହିଁ ଏବଂ ବୁର୍ଖା ଦ୍ୱାରା କୈଣସି ଅଂଗ ଦେଖା ଯାଏ ନାହିଁ । ତେଣୁ ମୁସଲିମ୍ ମହିଳା ମାନେ ବୁର୍ଖା ର ବ୍ୟବହାର କରନ୍ତି । ତେବେ ଏହି ନିୟମ ସେମାନଙ୍କ ପବିତ୍ର ଗ୍ରନ୍ଥ କୁରାନରେ ଲେଖା ହୋଇଛି ସେଥିପାଇଁ ସେମାନେ ଏହାକୁ ମାନିବାକୁ ବାଧ୍ୟ ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button