କ୍ରୀଡା

ଟସ୍ ଜିତିବା ପରେ କଣ କରିବେ ଭୁଲିଗଲେ ରୋହିତ, ଭିଡ଼ିଓ ଭାଇରାଲ

ରାୟପୁର: ଛତିଶଗଡର ରାୟପୁରରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ପାଇଁ ଟସ୍ ସମୟରେ ଅଜବ ଘଟଣା ଘଟିଛି । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ କଣ କରିବେ ହଠାତ୍ କିଛି କହିପାରିନଥିଲେ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ ରୋହିତ ଟ୍ରୋଲ୍ ହୋଇଛନ୍ତି ।

ଟସ୍ ପାଇଁ ରୋହିତ ଶର୍ମା ଓ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମଙ୍କ ସହ ଭାଷ୍ୟକାର ରବି ଶାସ୍ତ୍ରୀ, ମ୍ୟାଚ୍ ରେଫରୀ ଜଭଗଲ ଶ୍ରୀନାଥ ଗ୍ରାଉଣ୍ଡକୁ ଆସିଥିଲେ ।

 

ରୋହିତ ଶର୍ମା କଏନ୍ ଟସ୍ କରିଥିଲେ ଏବଂ ଜିତିଥିଲେ ମଧ୍ୟ । ତେବେ ତାଙ୍କ ଟିମ୍ ବୋଲିଂ ନା ବ୍ୟାଟିଂ କରିବ ତାହା ସେ ଭୁଲିଯାଇଥିଲେ। ଏପରିକି ତାଙ୍କ ମୁଣ୍ଡରେ ହାତ ରଖି କିଛି ସେକେଣ୍ଡ ଚିନ୍ତା କରୁଥିବା ଦେଖିବାକୁ ମିଳିଥିଲା। ସେ କିଛି ସମୟ ପାଇଁ ହଠାତ୍ ନିର୍ବାକ ପାଲଟି ଯାଇଥିଲେ । ଶେଷରେ ସେ ‘ବୋଲିଂ’ ବାଛିଥିଲେ ।

ରୋହିତଙ୍କ ଏଭଳି ବିସ୍ମରଣରେ ରବି ଶାସ୍ତ୍ରୀ, ଜଭଗଲ ଶ୍ରୀନଥ ଏବଂ ଟମ ଲାଥାମ ହସୁଥିବା ଦେଖିବାକୁ ମିଳିଥିଲା । ବିସିସିଆଇ ମଧ୍ୟ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି।

କିନ୍ତୁ କ୍ୟାପଟେନ ରୋହିତ ଶର୍ମାଙ୍କ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ମିମ୍ ଆରମ୍ଭ ହୋଇଯାଇଛି ।

ଜଣେ ୟୁଜର ବିରାଟ କୋହଲିଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି ଯେ ରୋହିତ ଶର୍ମା ଅଧିକାଂଶ କଥା ଭୁଲିଯାଆନ୍ତି।

ଅନ୍ୟପଟେ କିଛି ୟୁଜର ରୋହିତ ଶର୍ମାଙ୍କୁ ଫିଲ୍ମ ‘ଗଜନି’ରେ ଆମୀର ଖାନଙ୍କ ଚରିତ୍ର ସହିତ ତୁଳନା କରୁଛନ୍ତି। ଫିଲ୍ମ ‘ଗଜନି’ରେ ଅମୀର ଖାନଙ୍କ ଚରିତ୍ର ଆମନେସିଆ (ଭୁଲିବା ରୋଗ)ରେ ଆକ୍ରାନ୍ତ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button