ଜୀବନଶୈଳୀ

ହଠାତ ନଈକୁ ଡେଇଁ ପଡିଲା ପ୍ରେମିକା, ପ୍ରେମିକା ପଛେ ପଛେ ନଦୀକୁ ଡେଇଁଲେ ପ୍ରେମିକ, ଆଉ ତା’ ପରେ ଯାହା ହେଲା ନା…ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ, ସାଧାରଣତଃ ପ୍ରେମ ଶାଶ୍ଵତ ଅଟେ। ଥରେ ଯିଏ ଯାହାକୁ ମନ ଦେଇଛି ତଥା ହୃଦୟ ଦେଇଛି ସେ ସବୁକିଛି ଜାଣିଛି ପ୍ରେମର ମହତ୍ଵ । କଥାରେ ମଧ୍ୟ ଅଛି ପ୍ରେମ କାହା ସହିତ କେତେବେଳେ ହେବ ତାହା କେହି ମଧ୍ୟ କହି ପାରିବେ ନାହିଁ । ପ୍ରେମରେ ଝଗଡା ଏକ ସ୍ଵାଭାବିକ କଥା ଅଟେ । ଯାହା ପାଇଁ ଭଲପାଇବା ରହିଥାଏ, ତାହା ସହିତ ଝଗଡା ମଧ୍ୟ ହୋଇଥାଏ । ତେବେ ଏଠାରେ ସଠିକ ସେହିଭଳି ପ୍ରେମ ଦେଖିବାକୁ ମିଳିଥିଲା ।

ପ୍ରେମିକା ଏବଂ ପ୍ରେମିକ ମଧ୍ୟରେ କୌଣସି କାରଣରୁ ଝଗଡା ହେବା କାରଣରୁ ରାଗିଯାଇ ପ୍ରେମିକା ଏହି ନଦୀ ଉପରୁ ତଳକୁ ଡେଇଁ ପଡିଥିଲେ । ମାତ୍ର ପ୍ରେମିକାକୁ ବଞ୍ଚାଇବା ନିମନ୍ତେ ତାଙ୍କ ପ୍ରେମିକ ମଧ୍ୟ ନଦୀକୁ ଡେଇଁ ପଡିଲେ, ଏବଂ ତାଙ୍କ ଜୀବନ ମଧ୍ୟ ବଞ୍ଚାଇଦେଲେ । ନଦୀ ଭିତରେ ପ୍ରେମିକ ପ୍ରେମିକାଙ୍କୁ ଜାବୁଡି ଧରିଥିଲେ ଏବଂ ପ୍ରେମିକା ମଧ୍ୟ ତାଙ୍କ ପ୍ରିୟ ପ୍ରେମିକଙ୍କୁ ଜାବୁଡି ଧରିଥିଲେ ।

ଆଉ ପ୍ରେମିକାଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କରିଥିଲେ ପ୍ରେମିକ ଜଣକ । ତେବେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୁରଭଞ୍ଜ ଜିଲ୍ଲା ରଢୁଆରେ ଏହି ଅଞ୍ଚଳରେ ରହୁଥିବା ନିଜ ପ୍ରେମିକଙ୍କୁ ଭୁବନେଶ୍ଵରରୁ ଦେଖା କରିବାକୁ ଆସିଥିଲେ ପ୍ରେମିକା । ମାତ୍ର ସୂଚନା ଅନୁଯାୟୀ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ।

ଆଉ ଝଗଡାରେ ରାଗିଯାଇ ରଣୁଆ ବଜାରରୁ ଚାଲି ଚାଲି ଆସି ଖଇରୀ ଭଣ୍ଟନ ପୋଲ ଉପରୁ ଡେଇଁ ପଡିଥିଲେ ପ୍ରେମିକା । ଏହାପରେ ପ୍ରେମିକ ଜଣକଙ୍କର ଏହିଭଳି ହଠାତ ଡେଇଁ ପଡିବାକୁ ଦେଖି ପ୍ରେମିକ ଜଣଙ୍କ ମଧ୍ୟ ନଈ ଭିତରକୁ ଡେଇଁ ପଡିଥିଲେ । ଆଉ ନିଜ ପ୍ରେମିକଙ୍କ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ପ୍ରେମିକ ନିଜ ପ୍ରେମିକାଙ୍କୁ ବଞ୍ଚାଇବାର ଏହି ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆରେ ଦୃତ ଗତିରେ ଭା-ଇ-ରା-ଲ ହେବାରେ ଲାଗିଛି । ମାତ୍ର କେଉଁ କାରଣ ନିମନ୍ତେ ପ୍ରେମିକା ଜଣଙ୍କ ଏହିଭଳି ନଈ ଭିତରକୁ ଡେଇଁବାର ନିଷ୍ପତ୍ତି ନେଲେ, ଏନେଇ ପ୍ରେମିକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହା ସହିତ ଏହି ଘଟଣାକୁ ନେଇ ଥାନାରେ ମଧ୍ୟ କୌଣସି ମାମଲା ରୁଜୁହୋଇନାହିଁ ।

ଏହି ଭି-ଡି-ଓ କୁ ଦେଖି ଅନେକ ଯୁବକ ଯୁବତୀ ନିଜର ମତାମତ ଦେଇ କହିଛନ୍ତି ଯେ ଏହିଭଳି ପ୍ରେମ ଭାଗ୍ୟରେ ଥିଲେ ମିଳେ । ଯେତେ ଝଗଡା କଳି ହେଲେ ମଧ୍ୟ ଉଭୟ ଉଭୟଙ୍କୁ ଛାଡି ରହିନପାରିବା ଭଳି ପ୍ରେମ ବହୁତ କମ ଦେଖିବାକୁ ମିଳେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button