ଓଡିଶା

ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ, ଦେଶର ୧୦୭ ତମ ସ୍ଥାନରେ

ବାରିପଦା : ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ। ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା। ଏହା ରାଜ୍ୟର ୨ୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି। ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫ ଦଶମିକ ୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଗଲା।

ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକା ରୁ ଆରମ୍ଭ ହୋଇ ଦକ୍ଷିଣ କୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ। ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି। ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି।

ସେହିପରି ଜାତୀୟ ଉଦ୍ୟାନ ର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼,ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି। ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି। ତେବେ ବର୍ତ୍ତମାନ ଶିମିଳିପାଳର କେବଳ କୋର୍ ଏରିଆ କୁ ଜାତୀୟ ଉଦ୍ୟାନ ର ମାନ୍ୟତା ଦିଆଯାଇଛି ବେଳେ ଏହାର ଏକ ଅଲଗା ପରିସୀମା ଚିହ୍ନଟ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button