ଜୀବନଶୈଳୀ

Hindu Mythology- କେଉଁ କର୍ମ ମିଳିଥାଏ କୁକୁର ର ଜନ୍ମ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଆମେ ଆମ ଜୀବନ ରେ ଶାସ୍ତ୍ର ର ସମସ୍ତ ନିୟମ ମାନି ଚଳି ଥାଉ । ଶାସ୍ତ୍ର ରେ ଲିଖିତ ସମସ୍ତ କଥା ସତ୍ୟ ଅଟେ । ଏହା ପ୍ରମାଣିତ ମଧ୍ୟ ହୋଇ ସାରିଛି । ଏହା ସହିତ ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଯେ ଶାସ୍ତ୍ର ରେ ଲିଖିତ ସମସ୍ତ କଥା ସତ୍ୟ ଅଟେ । ଶାସ୍ତ୍ର ରେ ମନୁଷ୍ୟ ଜୀବନ ର କର୍ମ କୁ ନେଇ ଅନେକ କଥା ଲେଖା ଯାଇଛି । ମନୁଷ୍ୟ ର କର୍ମ ଅନୁସାରେ ତାକୁ ତାର ପର ଜନ୍ମ ରେ ଫଳ ମିଳିତଗାଏ ବୋଲି ଶାସ୍ତ୍ର ରେ ଲିପିବଦ୍ଧ ହୋଇରହିଛି ।

ଶାସ୍ତ୍ର ର ସମସ୍ତ ନିୟମ ମାନି ଚଳିଲେ ମନୁଷ୍ୟ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିଥାଏ । ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ତେବେ ବନ୍ଧୁଗଣ ଶାସ୍ତ୍ର ରେ ଏହା ମଧ୍ୟ ଲେଖା ହୋଇଛି ଯେ ଆମେ କେଉଁ କର୍ମ କରିବା ଦ୍ୱାରା ପର ଜନ୍ମ ରେ କୁକୁର ର ଜନ୍ମ ପାଇଥାଉ ।

କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ । କିନ୍ତୁ କୁକୁର କୁ ପ୍ରାୟତଃ ସମସ୍ତେ ଘୃଣା କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ କାର୍ଯ୍ୟ ଅଟେ ଯାହାକୁ କରିବା ଦ୍ୱାରା ଆମେ କୁକୁର ର ଜନ୍ମ ପାଇଥାଉ । ତେବେ ଚାଲନ୍ତୁ ଏହି ଵିଷୟ ରେ ଅଧିକ ଆଲୋଚନା କରିବା । ବନ୍ଧୁଗଣ ଥରେ ମହାରାଜା ଶ୍ରୀ ରାମ ଚନ୍ଦ୍ର ଙ୍କ ର ସଭା କାର୍ଯ୍ୟ ଚାଲୁଥିବା ସମୟରେ ଏକ କୁକୁର ର କାନ୍ଦିବା ର ସ୍ୱର ଶୁଣାଗଲା । ଏହା ପରେ ପୁଣି କିଛି ସମୟ ପରେ ସେହି ସ୍ୱର ଶୁଣିବାକୁ ମିଳିଲା ।

ଏପରି ବାରମ୍ବାର ହେବାରୁ ଶ୍ରରାମ ତାଙ୍କର ଜଣେ ରାଜ କର୍ମଚାରୀ ଙ୍କୁ ଏହା ସମ୍ପର୍କରେ ବୁଝିକି ଆସିବା ପାଇଁ କହିଲେ ଓ କୁକୁର କୁ ସାଙ୍ଗରେ ନେଇ ଆସିବା ପାଇଁ କହିଲେ । ଏହା ପରେ ସେହି ରାଜ କର୍ମଚାରୀ ଯାଇ କୁକୁର କୁ ଡାକିବାରୁ ସେ ମନା କରିଦେଲା ଓ କହିଲା ମୁ ମୋର ପୂର୍ବ ଜନ୍ମ ରେ ବହୁତ କୁକର୍ମ କରିଥିବାରୁ ମୋତେ ଏହି ଜନ୍ମ ରେ ମନ୍ଦିର,ଯଜ୍ଞ ,ରାଜ ସଭା ଭଳି ପବିତ୍ର ସ୍ଥାନ କୁ ଯିବା ପାଇଁ ବାରଣ କରାଯାଇଛି । ତେଣୁ ମୁ ଯାଇପାରିବି ନାହିଁ ମହାରାଜା ଙ୍କୁ ବାହାରକୁ ଆସିବାକୁ କୁହ ।

ଏହା ପରେ ସେହି କର୍ମଚାରୀ ଜଣକ ସବୁକଥା ଯାଇ ଶ୍ରୀ ରାମ ଙ୍କୁ କହିଲେ ଓ ଏହା ପରେ ରାମ ଚନ୍ଦ୍ର ବାହାରକୁ ଆସିଲେ ଓ ତାଙ୍କୁ କାନ୍ଦିବାର କାରଣ ସମ୍ପର୍କ ରେ ପଚାରିଲେ । ସେହି କୁକୁର ଟି କହିଲା ମୋତେ ଜଣେ ସନ୍ନ୍ୟାସୀ ମାରିକିମୋର ଗୋଡ଼ ଭାଙ୍ଗି ଦେଇଛି ତେଣୁ ଆପଣଙ୍କ ନିକଟ କୁ ଆସିଛି । ଏହା ପରେ ସେ ସେହି ସନ୍ନ୍ୟାସୀ ଙ୍କୁ ଡକାଇ ପଠାଇଲେ । ସନ୍ନ୍ୟାସୀ ଜଣଙ୍କ କହିଲେ ଏହି କୁକୁର ଟି ମୋର ସମସ୍ତ ଖାଦ୍ୟ କୁ ଛୁଇଁ ଦେଲା ତେଣୁ କ୍ରୋଧ ବଶତଃ ମୁ ତାକୁ ମାଇଲି । ଏହା ପରେ ଭଗବାନ ରାମଚନ୍ଦ୍ର କହିଲେ କୁକୁର ଗୋଟିଏ ଅଜ୍ଞାନୀ ପ୍ରାଣୀ ।

ତେଣୁ ଏଥିରେ ତାହାର କିଛି ଭୁଲ ନାହିଁ । ଏହା ପରେ ସେ କୁକୁର ଟି କୁ ଦଣ୍ଡ ଦେବାକୁ କହିବାରୁ କୁକୁର କହିଲା ଏହି ସନ୍ନ୍ୟାସୀ ଙ୍କୁ ଏକ ସେବାୟତ ମଠ ର ମହନ୍ତ କରିଦିଆଯାଉ । ଏହା ପରେ କୁକୁର କୁ ଏହାର କାରଣ ପଚାରିବାରୁ ସେ କହିଲା ଯେଉଁ ବ୍ୟକ୍ତି ନିଜ ପୂର୍ବ ଜନ୍ମ ରେ ଅନ୍ୟାୟ ରେ ଧନ ଉପାର୍ଜନ କରିଥାଏ,କୁକର୍ମ କରିଥାଏ,ନାରୀ ମାନଙ୍କ ଉପରେ ଅତ୍ୟାଚାର କରିଥାଏ,ବ୍ରାହ୍ମଣ ଙ୍କ ଘରୁ ଚୋରି କରିଥାଏ, ଅନେକ ପ୍ରକାର ଦୁଷ୍କର୍ମ କରିଥାଏ ତେବେ ସେହି ଜନ୍ମ ରେ ସେ ମରଇଲା ପରେ ତା ପର ଜନ୍ମ ରେ କୁକୁର ର ଜନ୍ମ ପାଇଥାଏ ।

ଏହି ସନ୍ନ୍ୟାସୀ ଜଣଙ୍କ ବହୁତ କୁକର୍ମ କରି ଅଛନ୍ତି । ତେଣୁ ମୁ ଏହି ଦଣ୍ଡ ଦେଲି । ଯାହା ଦ୍ୱାରା ସେ ନିଜର ସମସ୍ତ ପାପ କୁ ଧୋଇ ପାରିବେ ଓ ପୁଣ୍ୟ ଅର୍ଜନ କରି ପାରିବେ । ଏହା ଦ୍ୱାରା ସେ ଆର ଜନ୍ମ ରେ କୁକୁର ର ଜନ୍ମ ପାଇବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button