ବିଚାର

ଜୁନ ୯ ବଡ଼ ଶୁକ୍ରବାର ନିଜ ପର୍ସରେ ରଖି ଦିଅନ୍ତୁ ଏହି ୯ଟି ମଧ୍ୟରୁ କୌଣସି ଗୋଟିଏ ଜିନିଷ

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଟଙ୍କା ରୋଜଗାର କରିବାର ଇଚ୍ଛା ଥାଏ । କିଏ ଅଧିକ ଟଙ୍କା ରୋଜଗାରର ଇଚ୍ଛା ରଖୁଥିବା ବେଳେ ଆଉ କିଛି ଲୋକ ଜୀବନ ବିତାଇବା ପାଇଁ ଯେତିକି ଆବଶ୍ୟକ ସେତିକି ଟଙ୍କା ଇଚ୍ଛା କରନ୍ତି । ଭଲ ଲାଇଫ ଷ୍ଟାଇଲ ପାଇବାକୁ ଲୋକେ ବହୁତ ପରିଶ୍ରମ କରନ୍ତି । କିନ୍ତୁ କିଛି ଲୋକ ପରିଶ୍ରମ କରିବା ସତ୍ତ୍ୱେବି କିଛିବି ଲାଭ ହୋଇପାରେ ନାହିଁ ।

ପୁଣି ଆଉ କିଛି ଲୋକ ଟଙ୍କାଟ ରୋଜଗାର ବହୁତ କରନ୍ତି କିନ୍ତୁ ସନ୍ଧ୍ୟା ବେଳକୁ ପର୍ସ ଖାଲି ହୋଇଯାଏ । ଆଜିକାର ଏହି ଲେଖାରେ ଆମେ ଆପଣକୁ କିଛି ଜିନିଷ ବିଷୟରେ କହିବୁ ଯାହାକୁ ପର୍ସରେ ରଖିଲେ ପର୍ସ କେବେ ଖାଲି ହେବନି ଏବଂ ମାତା ଲକ୍ଷ୍ମୀ ମଧ୍ୟ ସଦା ସର୍ବଦା ପ୍ରସନ୍ନ ରହିବେ ।

୧ . ପ୍ରଥମତଃ ପର୍ସରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କର ଏକ ଛୋଟ ଫୋଟ ରଖନ୍ତି ତେବେ ଆପଣଙ୍କୁ କେବେ ଧନର ଅଭାବ ହେବ ନାହିଁ । କିନ୍ତୁ ଫୋଟରେ ମାତା ଲକ୍ଷ୍ମୀ ବସିଥିବା ଆବଶ୍ୟକ ।

୨ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶ୍ୱତ୍ଥ ପତ୍ର ପୂଜନୀୟ ଅଟେ ଏବଂ ଏହାକୁ ଅଭିମନ୍ତ୍ରିତ କରି ପର୍ସରେ ରଖିଲେ ଆର୍ଥିକ ଲାଭ ହୋଇଥାଏ ।

୩ . ଏକ ନାଲି କାଗଜରେ ନିଜ ମନସ୍କାମନା ଲେଖି ତାହାକୁ ଏକ ରେଶମୀ ସୂତାରେ ବାନ୍ଧି ନିଜ ପର୍ସରେ ରଖିଲେ ଅର୍ଥ ପ୍ରାପ୍ତି ସମ୍ବନ୍ଧୀୟ ମନସ୍କାମନା ପୂରଣ ହୋଇଥାଏ ଏବଂ ପର୍ସ କେବେ ଖାଲି ମଧ୍ୟ ହୋଇ ନଥାଏ ।

୪ . ଅନ୍ନ ଏବଂ ଧନ ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ପର୍ସରେ ଏକ ଚିମୁଟା ଚାଉଳ ରଖିଲେ ଧନର ଅଭାବ ହୁଏନାହିଁ ।

୫ . ପର୍ସରେ ଆପଣ କାଚ ଟୁକୁଡ଼ା , ଛୋଟ ଛୁରୀ , ଗୋମତି ଚକ୍ର , କଉଡ଼ି କିମ୍ବା ରୂପାର ମୁଦ୍ରା ରଖିଲେ ମଧ୍ୟ ଧନପ୍ରାପ୍ତି ହୋଇଥାଏ ।

୬ . ପର୍ସରେ ରୁଦ୍ରାକ୍ଷ ରଖିଲେ ଦାରିଦ୍ର୍ୟତା ଦୂର ହୋଇଥାଏ ।

୭ . ଗୁରୁଜନଙ୍କ ଠାରୁ ମିଳିଥିବା ଟଙ୍କାକୁ ଆଶୀର୍ବାଦ ସ୍ୱରୂପ ହଳଦୀ ଲଗାଇ ରଖିଲେ ପର୍ସ କେବେବି ଖାଲି ହୋଇ ନଥାଏ ।

୮ . ପର୍ସରେ ଟଙ୍କା ରଖିବା ସମୟରେ ତାହାକୁ ମୋଡ଼ି ମକଚି ରଖନ୍ତୁ ନାହିଁ । ଏହାବ୍ୟତୀତ ପର୍ସରେ କେବେ ଏଣୁତେଣୁ ଜିନିଷ ରଖନ୍ତୁ ନାହିଁ ଏବଂ ପରିଷ୍କାର ରଖନ୍ତୁ ।

ପ୍ରତ୍ୟେକ ମନୁଷ୍ୟର ଶୁଭ ଏବଂ ଅଶୁଭ ଦୁଇ ପ୍ରକାରର ସମୟ ରହିଥାଏ ଏବଂ ମନୁଷ୍ୟର ସୁଖ ସୌହାର୍ଦ୍ଦ ପାଇଁ ଶୁକ୍ର ଗ୍ରହ ଦାୟୀ ହୋଇଥାଏ । ତେଣୁ ଶୁଭ ସମୟକୁ ଜାଣି ପାରିଲେ ତାହାର ଉପଯୋଗ କରି ମନୁଷ୍ୟ ରୋଡ଼ପତିରୁ କୋଟିପତି ହୋଇ ପାରିବ । ତେଣୁ ଶୁକ୍ର ଗ୍ରହ ମଜବୁତ ହେବା ନିତାନ୍ତ ଜରୁରୀ ଅଟେ ।

ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ଅଳେଇଚକୁ ନେଇ କିଛି ପ୍ରୟୋଗ କରି ପାରିବେ । ଯଦି ଆପଣ ଏକ ଗ୍ଲାସ ପାଣିରେ ଅଳେଇଚ ଦୁଇ ତିନୋଟି ଅଳେଇଚ ପକାଇ ତାହାକୁ ଫୁଟାଇ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତି ତେବେ ଜାତକରେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ତାହାକୁ ବୋତଲରେ ରଖି ପ୍ରତ୍ୟେକ ଦିନ ସ୍ନାନ ପାଣିରେ ଅଳ୍ପ ଅଳ୍ପ ମିଶାଇ ସ୍ନାନ କରି ପାରିବେ ।

ଏହି ପାଣିରେ ସ୍ନାନ କଲେ ପବିତ୍ରତା ବଢ଼ିବା ସହିତ ଭାଗ୍ୟ ଉଦୟ ହୋଇଥାଏ । ଅନେକ ସମୟରେ ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଲେ ଦୁଇ ଦାନା ଅଳେଇଚ ଏବଂ ମିଶ୍ରୀ ନେଇ କୌଣସି ଦିନ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ଏହି ଉପାୟ କରି ସାରିବା ପରେ ପଛକୁ ନବୁଲି ଚାଲି ଆସନ୍ତୁ ।

ବିବାହ ଜନିତ ସମସ୍ୟା ଥିଲେ କୌଣସି ଶୁକ୍ରବାର ଦିନ ୨ଟି କଞ୍ଚା ଅଳେଇଚ କିଛି ମିଠା ବସ୍ତୁ ଏବଂ ଏକ ଘିଅ ଦୀପ ନେଇ ଜଳାଶୟ ନିକଟକୁ ଯାଇ ମିଠା ବସ୍ତୁ ଏବଂ ଅଳେଇଚ ଅର୍ପିତ କରି ଦୀପ ଜାଳି ଦିଅନ୍ତୁ ଏବଂ ସବୁ ଜିନିଷକୁ ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲେ ଭଗବାନ ବିଷ୍ଣୁଙ୍କ ନାମ ନେଇ କୌଣସି ଶୁକ୍ରବାର ଦିନ ତିନୋଟି କଞ୍ଚା ଅଳେଇଚ ଶରୀରରେ ସ୍ପର୍ଶ କରାଇ ଏକ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ପେଶୀ ଖାଦ୍ୟରେ ପକାଇ ନିଜ ସ୍ୱାମୀକୁ ଖାଇବାକୁ ଦିଅନ୍ତୁ । ଏହି ଉପାୟ ଦ୍ୱାରା ସ୍ଵାମୀ ସ୍ତ୍ରୀ ବିବାଦ ଦୂର ହେବା ସହିତ ସମ୍ପର୍କରେ ମଧୁରତା ଆସିଥାଏ । ବାହାରକୁ ଯିବାର ଥିଲେ ଡାହାଣ ହାତରେ ଅଳେଇଚ ନେଇ ଶ୍ରୀଙ୍ଗ କହି ଗୋଟିଏ ଖାଇ ଆଉ ଗୋଟିଏକୁ ପକେଟରେ ରଖି ଦିଅନ୍ତୁ । ଏହାଦ୍ବାରା କୌଣସିବି କାର୍ଯ୍ୟ ନିମନ୍ତେ ଯାଉଥିଲେ ସଫଳ ନିଶ୍ଚୟ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button