ସ୍ୱାସ୍ଥ୍ୟ

କିଡନୀକୁ ଖରାପ କରୁଛି ଏହି ୫ ଟି ଖାଦ୍ୟ, ଆଜିଠୁ ଛାଡନ୍ତୁ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମ୍ଭର କିଡନୀ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହା ଦୁର୍ବଳ ହେବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ି ବସିଥାଏ । ଖାସ୍ କରି ଆମ୍ଭର କିଛି ଖାଦ୍ୟ ପେୟ ଅଭ୍ୟାସ ହିଁ ଏହାକୁ ଦୁର୍ବଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
୧;ଆଭୋକାଡୋ :-

ଏମିତି ତ ଫଳ ଖାଇବା ଶରୀର ପାଇଁ ବେସ୍ ଉପାଦେୟ ହୋଇଥାଏ । କିନ୍ତୁ, ଆଭୋକାଡୋରେ ରହିଥିବା ପୋଟାସିୟମ୍ କିଡନୀକୁ ଦୁର୍ବଳ କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

୨-. ତେଲ ଛଣା ଖାଦ୍ୟ :-

ସାଧାରଣତଃ ତେଲ ଛଣା ଖାଦ୍ୟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । କିନ୍ତୁ, ନିୟମିତ ଭାବରେ ଏପରି ଖାଦ୍ୟ ଖାଇବା ଆପଣଙ୍କ କିଡନୀ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ ।

୩-ସୋଡ଼ା :-

ଖାଦ୍ୟରେ ଅଧିକ ସୋଡ଼ା ବ୍ୟବହାର କରୁଥିଲେ ସାବଧାନ । କାରଣ ଏଥିରେ ମିଳୁଥିବା ଫସଫରସ୍ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇବାକୁ ଯଥେଷ୍ଟ ହୋଇଥାଏ ।

୪. ନିଶା ସେବନ :-

ନିଶା ସେବନ ଠାରୁ ଆରମ୍ଭ କରି ମଦ୍ୟପାନ ପର୍ଯ୍ୟନ୍ତ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଏହା କିଡନୀ ଫେଲ୍ ହେବାର ଏକ ମୁଖ୍ୟ କାରଣ ଅଟେ ।

୫. ପିଜ୍ଜା :-

ଆଜିକାଲି ଅଧିକାଂଶ ଲୋକ ପିଜ୍ଜା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ପିଜ୍ଜା ଖାଇବା ଆପଣଙ୍କ କିଡନୀକୁ ଖରାପ କରିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button